କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଖର୍ଗେ କରିବେ ଫୈସଲା: କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି
ବେଙ୍ଗାଲୁରୁ: ରବିବାର ସ୍ଥାନୀୟ ଶାଙ୍ଗ୍ରି-ଲା ହୋଟେଲରେ ଚାଲିଥିବା କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖର୍ଗେ ନେବେ ନିଷ୍ପତ୍ତି । ଏନେଇ ବୈଠକରେ ସ୍ଥିର ହୋଇଛି ।
ତେବେ ଏହି ବୈଠକରେ ସମସ୍ତ ବିଧାୟକ ତଥା କଂଗ୍ରେସର ବରିଷ୍ଛ ନେତୃତ୍ୱମାନେ ଏକାଠି ହୋଇଥିଲେ । ବୈଠକରେ ସର୍ବସମ୍ମତି କ୍ରମେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନର ନିଷ୍ପତ୍ତି ନେବେ ବୋଲି ସ୍ଥିର ହୋଇଛି । ସୂଚନା ଅନୁଯାୟୀ, ସିଦ୍ଧିରମୈୟା , ଡି.କେ ଶିବକୁମାର, ରଣଦୀପ ସୁରଜୱାଲା ଏବଂ କେସି ବେଣୁଗୋପାଳ ସୋମବାର ଦିଲ୍ଲୀ ଆସିବେ । ଏହା ପରେ ଏକ ନିଷ୍ପତ୍ତି ନିଆଯାଇ ପାରେ ।

ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଦଳର ରାଜ୍ୟ ସଭାପତି ଡି.କେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଉଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଶେଷ ହୋଇ ନଥିବା ବେଳେ କିନ୍ତୁ ଆସନ୍ତା ମେ 18 ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ଅନେକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସୂଚନାନୁସାରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ । ଏହା ସହିତ କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ସମସ୍ତ ପାର୍ଟିକୁ ନିମନ୍ତ୍ରଣ ମଧ୍ୟ ପଠାଯିବ ।
ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ଡି.କେ ଶିବକୁମାରଙ୍କ ବୟାନକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ସେ ରବିବାର ଦିନ କହିଛନ୍ତି କି ଦଳ ପାଇଁ ସେ ଅନେକ ବଳିଦାନ ଦେଇଛନ୍ତି । ଡି.କେ ଶିବକୁମାର କହିଛନ୍ତି ଯେ, କିଛି ଲୋକ କହୁଛନ୍ତି ଯେ ସିଦ୍ଧିରମୈୟାଙ୍କ ସହ ମୋର କିଛି ମତଭେଦ ଅଛି । କିନ୍ତୁ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏପରି କିଛି ନାହିଁ । ସିଦ୍ଧିରମୈୟା ଏବଂ ମୋ ମଧ୍ୟରେ କୌଣସି ମତଭେଦ ନାହିଁ । ମୁଁ ପାର୍ଟି ପାଇଁ ଅନେକ ଥର ବଳିଦାନ ଦେଇଛି ଏବଂ ସିଦ୍ଧରମୈୟା ଜୀଙ୍କ ସହ ମଧ୍ୟ ଛିଡା ହୋଇଛି । ମୁଁ ସର୍ବଦା ସିଦ୍ଧରମୈୟାଙ୍କୁ ସମର୍ଥନ କରି ଆସୁଛି ।
ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ 224 ଟି ସିଟ୍ ମଧ୍ୟରୁ 135 ଟି ଜିତି ସରକାର ଗଠନ କରିବାକୁ ପ୍ରସ୍ତୁତ ହୋଇଛି । ଅନ୍ୟପକ୍ଷରେ ବିଜେପି ମାତ୍ର 66 ଟି ସିଟ୍ ପାଇଛି । ଉଭୟ ଦଳର ଭୋଟ୍ ଅଂଶ ବିଷୟରେ କହିବାକୁ ଗଲେ ଗତଥର ଭଳି ବିଜେପି 36 ପ୍ରତିଶତ ଭୋଟ୍ ପାଇଛି । କିନ୍ତୁ ଏଥର 104 ସିଟ୍ ବଦଳରେ 66 ଟି ସିଟ୍ ପାଇଛି । ଅନ୍ୟପକ୍ଷରେ କଂଗ୍ରେସ 7 ପ୍ରତିଶତ ଅଧିକ ଭୋଟ୍ ପାଇ 70 ଟି ସିଟ୍ ପାଇଛି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ଉପଭୋକ୍ତାମାନଙ୍କ ପାଇଁ ହେଲ୍ପଲାଇନ୍ ନମ୍ୱର ଜାରି କଲେ ଗ୍ୟାସ୍ କମ୍ପାନୀ -
ପୁଣି ଖସିଲା ସୁନା-ରୂପା ରେଟ୍ -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
'ଭାରତର DNAରେ ବିଜୟ ରହିଛି, ପାକିସ୍ତାନ ଉପରେ ରାଗି ଗଲେ ପୂର୍ବତନ ଖେଳାଳି -
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ












Click it and Unblock the Notifications