ପିସିସି କମିଟି ଭାଙ୍ଗିବା ଭଲ କହିଲେ ତାରା
ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କମିଟିକୁ ଭଙ୍ଗ କରିଛି ଏଆଇସିସି । କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ସବୁ କମିଟି ଭଙ୍ଗ କରାଯାଇଛି । ପିସିସି ଓ କାର୍ଯ୍ୟକାରୀ କମିଟିକୁ ଭାଙ୍ଗି ଦିଆଗଲା । ପିସିସି ସଭାପତିଙ୍କ ସମେତ ସମସ୍ତ ପଦାଧିକାରୀ ପଦବୀରୁ ହଟିଲେ । ଏଥିସହ ଜିଲ୍ଲା, ବ୍ଲକ୍ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭଙ୍ଗ କରାଯାଇଛି ।

ପିସିସି କମିଟି ଭାଙ୍ଗିବା ପରେ ତାରା ବାହିନି ପତି ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ୩୦ ବର୍ଷ ଇତିହାସରେ ପ୍ରଥମଥର ଏମିତି ଘଟିଲା । ଯାହା ହେଲା ଭଲ ହେଲା । ପିସିସି କମିଟି ଭାଙ୍ଗିବା ଭଲ ବୋଲି କହିଛନ୍ତି ତାରା । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଏଆଇସିସି ଅନୁମୋଦନରେ ହୋଇଥିବା ନିଷ୍ପତ୍ତି ନିଶ୍ଚିତ ସ୍ୱାଗତଯୋଗ୍ୟ । ଯାହା ନିଷ୍ପତ୍ତି ନିଆଯାଇଛି ତାହା କଂଗ୍ରେସ ପାଇଁ ଭଲ ବୋଲି କହିଛନ୍ତି ବିଧାୟକ ତାରାବାହିନି ପତି ।












Click it and Unblock the Notifications