ଏଆଇଏଡିଏମକେ କର୍ମୀଙ୍କୁ ହତ୍ୟା
ଚେନ୍ନାଇ: ପୁଣି ଅଶାନ୍ତ ହେଲା ତାମିଲନାଡ଼ୁ । ତାମିଲନାଡୁ ର ଏଆଇଏଡ଼ିଏମକେ ପାର୍ଟିର ଜଣେ କର୍ମୀଙ୍କୁ କକିଛି ଦୁବୃର୍ତ୍ତ ହତ୍ୟା କରିଥିବା ଜଣାପଡ଼ିଛି । ପୁଡୁଚେରୀ ସୀମା କୁଦ୍ଦାଲୋର ଅଞ୍ଚଳରେ ତାଙ୍କୁ ହତ୍ୟା କରା ଯାଇଥିବା ସୂଚନା ମିଳିଛି । ସୁଚନାନୁସାରେ ମୃତ ଏଆଇଏଡ଼ିଏମକେ କର୍ମୀ ହେଉଛନ୍ତି ପଦ୍ମନାଭନ । ସେ ଥିରୁପାପୁଲିୟୁର ଅଞ୍ଚଳରେ ରହିଥିଲେ ।

ସେଠାରେ ମଧ୍ୟ ତାଙ୍କର ଏକ ଦୋକାନ ରହିଛି । କୌଣସି କାମରେ ସେ ବାଗୁରା ଗାଁକୁ ଯାଇଥିଲେ । ଏହି ସମୟରେ କିଛି ଦୃର୍ବୃତ୍ତ ତାଙ୍କୁ ପିଛା କରି ହତ୍ୟା କରିଥିବା ଜଣାପଡ଼ିଛି । ପ୍ରାଥମିକ ରିପୋର୍ଟ ଅନୁସାରେ, ପଦ୍ମନାଭନ ବାଗୁରା ଗାଁରୁ ବାଇକ୍ ଯୋଗେ ଫେରିବା ବେଳେ କାରରେ ଏକ ଗ୍ୟାଙ୍ଗ୍ ତାଙ୍କୁ ପିଛା କରିଥିଲା । ବାଗୁରା ଗାଁରୁ ପିଛା କରି ଆସିବା ପରେ କୁଦ୍ଦାଲୋର ନିକଟରେ ହତ୍ୟା କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।












Click it and Unblock the Notifications