ମନୁଷ୍ୟ ସମାଜକୁ AI ଏକ ବରଦାନ ସାବ୍ୟସ୍ତ ହେବ: ପ୍ରଧାନମନ୍ତ୍ରୀ ମୋଦି
PM Modi France Visit: ପ୍ୟାରିସରେ ଏଆଇ ଆକ୍ସନ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଏଆଇକୁ ନେଇ ଏକ ବୋଡ଼ ଘୋଷଣା କରିଛନ୍ତି । ମୋଦି କହିଛନ୍ତି, ଭାରତ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ଟାଲେଣ୍ଟ ଏଆଇ ପୁଲ୍ ଉପରେ କାର୍ଯ୍ୟ କରୁଛି । ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଭାରତର ଏଆଇ ମଡେଲ ବିଷୟରେ ସୂଚନା ଦେଇଥିଲେ । ଭାରତ ଫ୍ରାନ୍ସ ଏବଂ କାନାଡ଼ା ସହିତ ଏହି ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରୁଛି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମନୁଷ୍ୟ ସମାଜକୁ AI ଏକ ବରଦାନ ସାବ୍ୟସ୍ତ ହେବ । ରାଜନୀତି, ଅର୍ଥବ୍ୟବସ୍ଥା, ସୁରକ୍ଷା ଓ ସମାଜରୁ ପରିବର୍ତ୍ତନ କରୁଛି ଏଆଇ । AI ରୋଜଗାର ସହ ଜୀବନରେ ନୂଆ ନୂଆ କ୍ଷମତାର ବୃଦ୍ଧି କରିବ । AI ବହୁ ଦ୍ରୁତ ଗତିରେ ବିକାଶ କରୁଛି। AIର ଭବିଷ୍ୟତ ସମସ୍ତଙ୍କ ପାଇଁ ଭଲ ହେବା ନିଶ୍ଚିତ କରିବା ପାଇଁ ଭାରତ ନିଜର ଅଭିଜ୍ଞତା ଏବଂ ବିଶେଷଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ।

ଭାରତ AI ଗ୍ରହଣ କରିବାରେ ଏବଂ ଡାଟା ଗୋପନୀୟତା ପାଇଁ ଟେକ୍ନୋଲୋଜି-ଆଇନଗତ ଭିତ୍ତିଭୂମି ନିର୍ମାଣ କରିବାରେ ମଧ୍ୟ ଆଗରେ। ଆମେ ଜନସାଧାରଣଙ୍କ ହିତ ପାଇଁ AI ଆପ୍ଲିକେସନ୍ ବିକଶିତ କରୁଛୁ। ଭାରତ ଏହାର 1.4 ବିଲିୟନରୁ ଅଧିକ ଲୋକଙ୍କ ପାଇଁ ବହୁତ କମ ଖର୍ଚ୍ଚରେ ସଫଳତାର ସହ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ସୃଷ୍ଟି କରିଛି। AI-ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆମକୁ ବିଶ୍ୱସ୍ତରୀୟ ମାନଦଣ୍ଡର ଆବଶ୍ୟକତା ଅଛି।
ସେହିପରି ଏଆଇ ପାଇଁ କାହାରି ଚାରିକି ଯିବ ନାହିଁ । କାରଣ ଇତିହାସ ସାକ୍ଷୀ ରହିଛି, ଟେକ୍ନୋଲୋଜୀ କାହାର କେବେ ଚାକିରି ନେଇ ନାହିଁ । ଆଗକୁ ଏଆଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।ଆମ ଲୋକଙ୍କୁ ଏଥିପାଇଁ ପ୍ରସ୍ତୁତ ହେବା ପାଇଁ ପଡିବ । ହେଲେ ଲୋକଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ଆମେ ଦାୟିତ୍ୱ ।












Click it and Unblock the Notifications