ଅହମ୍ମଦାବାଦ ବିମାନ ଦୁର୍ଘଟଣା ବୈଷୟିକ ତ୍ରୁଟି ଯୋଗୁଁ ନୁହେଁ ସୁଚିନ୍ତିତ ପ୍ଲାନିଂ!
ଜୁନ୍ ୧୨, ୨୦୨୫ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମଲାଇନର ଦୁର୍ଘଟଣାର ତଦନ୍ତ ଏପର୍ଯ୍ୟନ୍ତ ଜାରି ରହିଥିବା ବେଳେ, ଏକ ଇଟାଲୀୟ ଖବରକାଗଜ, ଦୈନିକ କୋରିଏର ଡେଲା ସେରା, ବୋଇଂକୁ ଦୋଷମୁକ୍ତ କରିବାକୁ ଚେଷ୍ଟା କରିଛି। ଇଟାଲୀୟ ଖବରକାଗଜ ଦାବି କରିଛି ଯେ ଦୁର୍ଘଟଣାଟି କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୁହେଁ, ବରଂ ଇଞ୍ଜିନର ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ଜାଣିଶୁଣି ବନ୍ଦ କରିବା ଦ୍ୱାରା ହୋଇଥିଲା। ଏହି ଖବରକାଗଜ ପାଇଲଟ୍ ସୁମିତ ସବରୱାଲଙ୍କୁ ଦୋଷୀ ବୋଲି ଦର୍ଶାଇଛି। ନୂଆଦିଲ୍ଲୀ ଏବଂ ୱାଶିଂଟନ ମଧ୍ୟରେ ହୋଇଥିବା ସଦ୍ୟତମ ଆଲୋଚନା ନେଇ ଇଟାଲୀୟ ଦୈନିକ ପତ୍ରିକା କୋରିଏର ଡେଲା ସେରା ରିପୋର୍ଟ କରିଛି। ତେବେ DGCA ପକ୍ଷରୁ ଏନେଇ କୌଣସି ଔପଚାରିକ ଖୁଲାସା ହୋଇନାହିଁ।
ରିପୋର୍ଟ ଅନୁଯାୟୀ, ୨୦୨୫ ଜୁନ ୧୨ରେ ଏୟାର ଇଣ୍ଡିଆ ବିମାନରେ ହୋଇଥିବା ଫୁଏଲ୍ କଟ-ଅଫ୍ ବୈଷୟିକ ତ୍ରୁଟି ଯୋଗୁଁ ହୋଇନଥିଲା। ବରଂ ଜାଣିଶୁଣି କରାଯାଇଥିଲା ବୋଲି ଭାରତୀୟ ତଦନ୍ତ ଅଧିକାରୀ ନିଷ୍କର୍ସରେ ପହଞ୍ଚିଛନ୍ତି। ଅଧିକାରୀ ଏବେ ଫାଇନାଲ୍ ରିପୋର୍ଟ ଡ୍ରାଫ୍ଟ ପାଇଁ ପ୍ରସ୍ତୁତି କରୁଛନ୍ତି। ଏହାପରେ ପ୍ଲେନ୍ କ୍ରାସ୍ ର ଅସଲ ସତ ଜଣାପଡ଼ିବ।
ଗତ ବର୍ଷ, ଜୁନ୍ ୧୨ ତାରିଖରେ, ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ସେକେଣ୍ଡ ପରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଏକ ମେଡିକାଲ୍ କଲେଜ ହଷ୍ଟେଲରେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀଙ୍କ ସମେତ ୨୬୦ ଜଣଙ୍କର ଜୀବନ ଯାଇଥିଲା। ବିଶ୍ବାସକୁମାର ରମେଶ ନାମକ ଏକମାତ୍ର ଭାଗ୍ୟବାନ ଯାତ୍ରୀ ଥିଲେ ଯିଏ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ।
ଘଟଣା ପରେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଥିଲା ଯେ ଦୁର୍ଘଟଣାଟି ଇଞ୍ଜିନରେ ଇନ୍ଧନ ହ୍ରାସ ଯୋଗୁଁ ହୋଇଥିଲା। ତା'ପରେ ପ୍ରଶ୍ନ ଉଠିଲା ଯେ ଇନ୍ଧନ ହ୍ରାସ ଯାନ୍ତ୍ରିକ କାରଣ ଯୋଗୁଁ କିମ୍ବା ଉଦ୍ଦେଶ୍ୟମୂଳକ ଭାବରେ ହୋଇଥିଲା। ଏହି ଉଡ଼ାଣଟି ପାଇଲଟ୍-ଇନ୍-କମାଣ୍ଡ୍ ଥିଲେ, କ୍ୟାପଟେନ୍ ସୁମିତ ସବରୱାଲ୍, ଏବଂ ପ୍ରଥମ ଅଧିକାରୀ କ୍ଲାଇଭ୍ କୁଣ୍ଡର ସହ-ପାଇଲଟ୍ ଥିଲେ।

ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ (DGCA) ବର୍ତ୍ତମାନ ଅହମ୍ମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ କରୁଛି, ଏବଂ ଏହାର ରିପୋର୍ଟ ଅପେକ୍ଷାରେ ଅଛି। ତଥାପି, ଇଟାଲୀୟ ଦୈନିକ କୋରିଏର ଡେଲା ସେରା ନୂଆଦିଲ୍ଲୀ ଏବଂ ୱାଶିଂଟନ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଉପରେ ଆଧାରିତ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ ବୋଇଂ 787 ଡ୍ରିମଲାଇନର ଦୁର୍ଘଟଣା, ଯାହା ଗୋଟିଏ ଇଞ୍ଜିନରେ ଇନ୍ଧନ କଟ୍ ଅଫ୍ ପରେ ହୋଇଥିଲା, ତାହା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇନଥିଲା।












Click it and Unblock the Notifications