Get Updates
Get notified of breaking news, exclusive insights, and must-see stories!

Ahmedabad Plane crash:ଏପର୍ଯ୍ୟନ୍ତ ୨୫୧ ଜଣଙ୍କୁ ଡିଏନ୍‌ଏ ମେଳ ମାଧ୍ୟମରେ ଚିହ୍ନଟ,୨୪୫ ଜଣଙ୍କ ମୃତଦେହ ହସ୍ତାନ୍ତର

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୭୫ ଜଣଙ୍କ ମଧ୍ୟରୁ ୨୫୧ ଜଣଙ୍କ ଡିଏନ୍‌ଏ ମ୍ୟାଚିଂ ପ୍ରକ୍ରିୟା ଶେଷ ହୋଇଛି । ସେଥିମଧ୍ୟରୁ ୨୪୫ ଜଣଙ୍କ ମୃତଦେହ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଅହମ୍ମଦାବାଦ ସିଭିଲ ହସ୍ପିଟାଲର ଅଧୀକ୍ଷକ ଡକ୍ଟର ରାକେଶ ଯୋଶୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ୬ ଜଣ ବ୍ରିଟେନ ନାଗରିକଙ୍କ ମୃତଦେହ ମଧ୍ୟ ଚିହ୍ନଟ କରାଯାଇଛି । ଏହି ମୃତଦେହଗୁଡିକୁ ଖୁବଶୀଘ୍ର ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ।

ସେପଟେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷକୁ ଉଠାଯାଉଥିବା ବେଳେ ଅଘଟଣ ଘଟିଛି । ଟ୍ରକରେ ନିଆଯାଉଥିବା ବିମାନର ଲାଞ୍ଜ ଅଂଶଟି ଏକ ଗଛରେ ଲାଗିଯାଇଥିଲା । ଫଳରେ ଶାହିବାଗ ଡଫନାଲା ଠାରୁ କ୍ୟାମ୍ପ ହନୁମାନ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଦୁଇଘଣ୍ଟା ଧରି ବନ୍ଦ ରହିଥିଲା । ପୁଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ଗଛର ଡାଳ କାଟିବା ପରେ ଟ୍ରକଟି ଯାତ୍ରା କରିଥିଲା ।

Ahmedabad Plane crash

ଗତ ଜୁନ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବୋଇଂ ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଥିଲା ଫଳରେ ବିମାନରେ ଥିବା ୨୪୨ ଜଣ ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କୁ ଛାଡିଦେଲେ ଅନ୍ୟ ସମସ୍ତଙ୍କର ମୃତ୍ୟୁ ଘଟିଥିଲା । ସେହିଭଳି ଦୁର୍ଘଟଣାଗ୍ରସ୍ତ ହୋଇ ବିମାନଟି ଖସିପଡିଥିବା ଅଞ୍ଚଳରେ ଆହୁରି କିଛି ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+