Ahmedabad Plane Crash; ଜଣେ ଯାତ୍ରୀ ଜୀବିତ ଉଦ୍ଧାର
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏକ ଅଲୌକିକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୨୪୨ ଯାତ୍ରୀ ଏବଂ କ୍ରିଉ ସଦସ୍ୟଙ୍କ ମଧ୍ୟରୁ ୨୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହେଲେ ସୌଭାଗ୍ୟବଶତଃ ଜଣେ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଛି।

ସେହି ଯାତ୍ରୀଙ୍କ ନାମ ବିଶ୍ଵାସ କୁମାର ଏବଂ ତାଙ୍କ ବୟସ ୩୮ ବର୍ଷ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନ ଦୁର୍ଘଟଣା ପରେ ବିଶ୍ୱାସ କୁମାର ରମେଶ କୌଣସି ସମର୍ଥନ ବିନା ନିଜେ ଚାଲୁଛନ୍ତି। ଏତେ ଭୟଙ୍କର ବିମାନ ଦୁର୍ଘଟଣାରେ ତାଙ୍କର ବଞ୍ଚି ରହିବା କୌଣସି ଚମତ୍କାରଠାରୁ କମ ନୁହେଁ ବୋଲି ଆଲୋଚନା ହେଉଛି।












Click it and Unblock the Notifications