Ahmedabad plane crash: ବିମାନ ଦୁର୍ଘଟଣାରେ ୧୩୩ ଯାତ୍ରୀ ମୃତ !
ଅହମ୍ମଦାବାଦ ବିମାନବନ୍ଦର ନିକଟରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ଅତି କମରେ 133ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । କିନ୍ତୁ ସରକାରୀ ସ୍ତରରେ ଏନେଇ ଘୋଷଣା କରାଯାଇ ନାହିଁ । ବିମାନରେ ପାଖାପାଖି ୨୪୨ ଯାତ୍ରୀ ଥିଲେ । ଯେଉଁଥିରେ ୨୩୦ ଯାତ୍ରୀ ଏବଂ ୧୨ କ୍ରୁ ମେମ୍ବର ସାମିଲ ଥିଲେ । ଦୁର୍ଘଟଣା ଅହମ୍ମଦାବାଦର ମେଘାନିନଗର ଅଞ୍ଚଳରେ ଘଟିଛି। ଉଡ଼ାଣ ଭରିବାର କିଛି ସମୟ ପରେ କ୍ରାସ ହୋଇଥିଲା।

ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ସମୟରେ ନିକଟବର୍ତ୍ତୀ ଏକ କୋଠା କିମ୍ବା କାନ୍ଥରେ ଧକ୍କା ଦେବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ବିମାନଟି ସମ୍ପୂଣ୍ଣ ପୋଡି ପାଉଁଶ ହୋଇଛି । ଉକ୍ତ ଅଞ୍ଚଳରେ ଧୁଆଁମୟ ପରିବେଶ ସୃଷ୍ଟି ହୋଇଛି । ବିମାନଟିରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ ଏବଂ ଜଣେ କାନାଡିଆନ ଯାତ୍ରୀ ଥିଲେ । ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳ ନିକଟ ଧାରପୁରରୁ ପ୍ରବଳ ଧୂଆଁ ଦେଖାଯାଉଥିଲା।












Click it and Unblock the Notifications