Ahmedabad plane crash: ଏୟାର ଇଣ୍ଡିଆର ବଡ଼ ଘୋଷଣା, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ଦେବ ଏୟାର ଇଣ୍ଡିଆ
ଏୟାର ଇଣ୍ଡିଆର ଘୋଷଣା। ମୃତକଙ୍କ ପରିବାରକୁ ମିଳିବ ୨୫ ଲକ୍ଷ। ସହାୟତା ରାଶି ଘୋଷଣା କଲା ଏୟାର ଇଣ୍ଡିଆ। ପ୍ରତି ମୃତକଙ୍କ ପରିବାରକୁ ମିଳିବ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି। ଏ ନେଇ ଶନିବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଟାଟା ଗ୍ରୁପ ଦ୍ଵାରା ଏହି କମ୍ପାନୀ ପରିଚାଳିତ ହେଉଥିବାବେଳେ ସିଙ୍ଗାପୁର ଏୟାରଲାଇନ୍ସ କମ୍ପାନୀର ୨୫ ପ୍ରତିଶତ ଅଂଶଧନ ରହିଛି।

ପୂର୍ବରୁ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲା। ଏହା ସହିତ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ମେଡିକାଲ କଲେଜ ହଷ୍ଟେଲ କୋଠାର ପୁନଃନିର୍ମାଣ ଏବଂ କ୍ଷତିଗ୍ରସ୍ତ ଅଞ୍ଚଳର ବିକାଶ କରିବା ଲାଗି ଟାଟା ଗ୍ରୁପ ପକ୍ଷରୁ ଘୋଷଣା ହୋଇଥିଲା।












Click it and Unblock the Notifications