Ahmedabad plane crash:୫୦ ଜଣ ସ୍ଥାନୀୟ ଲୋକ ଆହତ
ଲଣ୍ଡନ ଅଭିମୁଖେ ଉଡାଣ ଭରିଥିବା ଏୟାର ଇଣ୍ଡିଆର ବିମାନ ଅହମ୍ମଦାବାଦ ଏୟାପୋର୍ଟ ନିକଟରେ ଭୟଙ୍କର ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୨୦୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଅହମ୍ମଦାବାଦ ପୋଲିସ କମିଶନର ଜିଏସ୍ ମଲିକ୍ ସୂଚନା ଦେଇଛନ୍ତି। ଏହାଛଡା ୪୧ରୁ ଅଧିକଙ୍କର ଏବେ ବି ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଚିକିତ୍ସା ଚାଲିଛି।
ବିମାନ ଦୁର୍ଘଟଣା ନେଇ ଗୁଜରାଟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଧନଞ୍ଜୟ ଦ୍ୱିବେଦୀ କ୍ଷୟକ୍ଷତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେଉଁସ୍ଥାନରେ ବିମାନ ଦୁର୍ଘଟଣା ଘଟିଛି ସେଠାରେ ଅହମଦାବାଦ ସିଭିଲ ହସ୍ପିଟାଲ ଷ୍ଟୁଡେଣ୍ଟ ହଷ୍ଟେଲ ସମେତ କର୍ମଚାରୀ କ୍ୱାର୍ଟର ଓ ଅନ୍ୟ ଆବାସିକ ଘରସବୁ ରହିଛି। ଏଣୁ ଦୁର୍ଘଟଣାରେ ଅଞ୍ଚଳ ବାସିନ୍ଦା ମଧ୍ୟ ହତାହତ ହୋଇଛନ୍ତି।

ଏହି ଦୁର୍ଘଟଣାରେ ଆହତ ଅନୁନ୍ୟ ୫୦ ଜଣଙ୍କୁ ଅହମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ଯଥାସମ୍ଭବ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଆହତଙ୍କ ଅବସ୍ଥା ଗୁରୁତର ଥିଲେବି ସ୍ଥିର ରହିଥିବା ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଏହି ଦୁର୍ଘଟଣାରେ ଅଧିକାଂଶ ପୋଡି ହୋଇ ପ୍ରାଣ ହରାଇଛନ୍ତି। ଏଣୁ ମୃତକଙ୍କୁ ଚିହ୍ନଟ କରିବା ସମ୍ଭବ ହେଉନଥିବାରୁ ବି.ଜେ. ମେଡିକାଲରେ ଡିଏନଏ ପରୀକ୍ଷଣ ବ୍ୟବସ୍ଥା କରାଯାଇଛି।












Click it and Unblock the Notifications