ପୁଣି ବିମାନ ବନ୍ଦରକୁ ମିଳିଲା ବୋମା ଧମକ
ଗୁଜରାଟର ଅହମଦାବାଦ ବିମାନବନ୍ଦରକୁ ବୋମାରେ ଉଡାଇବାକୁ ନେଇ ମଙ୍ଗଳବାର ଧମକ ମିଳିଛି । ଏହି ଧମକ କ୍ରାଇମ୍ବ୍ରାଞ୍ଚକୁ ଇମେଲ୍ ଜରିଆରେ ମିଳିଛି । ଧମକ ମିଳିବା ମାତ୍ରେ ତୁରନ୍ତ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା ।

ମାତ୍ର ଏଯାଏଁ ମଧ୍ୟ କୌଣସି ସିନ୍ଦିଗ୍ଧ ଜିନିଷ ଜବତ କରାଯାଇ ନାହିଁ । ରିପୋର୍ଟ ଅନୁଯାୟୀ, ଯାଞ୍ଚ ପାଇଁ ପୁଲିସ ଓ ଦମକଳ ବିଭାଗ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ବେଳେ ପୁଲିସ ଓ ଦମକଳ ବିଭାଗ ତୁରନ୍ତ ପହଞ୍ଚି ତଲାସି ଆରମ୍ଭ କରିଥିଲେ ।












Click it and Unblock the Notifications