ଦୀପାବଳୀ 2022: ହଜାର ହଜାର ଦୀପ ତିଆରି କରି ବିକିଲେ କାଶ୍ମୀରର ମୁସଲିମ ପରିବାର
କାଶ୍ମୀରୀ ମୁସଲମାନ ପରିବାର ଅନେକ ସପ୍ତାହ ଧରି ମାଟି ଦୀପ ତିଆରି କରି ବିକ୍ରି କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଶ୍ରୀନଗର: ଆସନ୍ତାକାଲି ଦେଶର କୋଣ ଅନୁକୋଣରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ଏକ କାଶ୍ମୀରୀ ମୁସଲମାନ ପରିବାର ଅନେକ ସପ୍ତାହ ଧରି ମାଟି ଦୀପ ତିଆରି କରି ବିକ୍ରି କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପରିବାର ବର୍ତ୍ତମାନ ସୁଦ୍ଧା 15 ହଜାରରୁ ଅଧିକ ମାଟି ଦୀପ ତିଆରି କରି ବିକ୍ରି କରିଥିବା ଜଣା ପଡିଛି । ତେବେ ଦୀପ ତିଆରି କରୁଥିବା ବ୍ୟକ୍ତି ହେଲେ ଓମାର କୁମାର । ସେ ତାଙ୍କ ପୁରା ପରିବାର ସହିତ ଦଶନ୍ଧି ଧରି କୁମ୍ଭାର ବ୍ୟବସାୟରେ ଅଛନ୍ତି କିନ୍ତୁ ଚଳିତ ବର୍ଷ ସେମାନେ ପ୍ରଥମ ଥର ପାଇଁ ଦୀପାବଳି ଦୀପ ତିଆରି କରିଛନ୍ତି।

ଆମେ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ପାର୍ଥକ୍ୟ କରୁନାହୁଁ, ଆମେ ସମସ୍ତେ ଖୁସିରେ ଏକାଠି ବାସ କରୁ ଏବଂ ଆମେ ଅନ୍ୟ ସମ୍ପ୍ରଦାୟରୁ ଜିନିଷ ମଧ୍ୟ କିଣୁ । ଏହି ଦୀପାବଳିରେ ଆମେ ଭଲ ଟଙ୍କା ରୋଜଗାର କରିଥିଲୁ ବୋଲି କୁମ୍ଭାର ଓମାର କୁମାର କହିଛନ୍ତି। କେବଳ ଏତିକି ନୁହେଁ ଦୀପାବଳି ପାଇଁ ଓମାର ତାଙ୍କ ଅଞ୍ଚଳରେ ହିନ୍ଦୁ ଲୋକମାନଙ୍କୁ ମାଗଣାରେ ଶହ ଶହ ଦୀପ ବାଣ୍ଟିଛନ୍ତି। କାଶ୍ମୀର ସର୍ବଦା ସମ୍ପ୍ରଦାୟରେ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି। ଏହି ମୁସଲିମ ପରିବାର ଦୀପାବଳିରେ ଦୀପ ତିଆରି ଏହାକୁ ପ୍ରମାଣିତ କରିଛନ୍ତି।












Click it and Unblock the Notifications