Get Updates
Get notified of breaking news, exclusive insights, and must-see stories!

ଚଳିତବର୍ଷ ଗ୍ରାମାଞ୍ଚଳଗୁଡ଼ିକୁ ଦାରିଦ୍ର‌୍ୟମୁକ୍ତ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ, କହିଲେ କୃଷିମନ୍ତ୍ରୀ

କୃଷି ଏବଂ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଚଳିତବର୍ଷ ଗ୍ରାମାଞ୍ଚଳଗୁଡ଼ିକୁ ଦାରିଦ୍ର‌୍ୟମୁକ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି । ନୂଆଦିଲ୍ଲୀଠାରେ ଗତକାଲି ଏକ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ଚୌହାନ' ରାଷ୍ଟ୍ର ନିର୍ମାଣରେ ଗ୍ରାମାଞ୍ଚଳର ଭୂମିକା ଉପରେ ଆଲୋକପାତ କରିଥିଲେ ।

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସହ ଏହି ବୈଠକରେ ବିଭିନ୍ନ ଯୋଜନା ନେଇ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଲୋଚନା କରିଥିଲେ । ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

shivraj singh chouhan

ଗତବର୍ଷ ଜୁନ୍‍ ମାସରୁ ମନରେଗା ଯୋଜନାରେ ୧୩୬ କୋଟି ଶ୍ରମଦିବସ ସୃଷ୍ଟି କରାଯାଇଥିଲା ବୋଲି ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି । ରାଜ୍ୟଗୁଡ଼ିକରେ ଗ୍ରାମାଞ୍ଚଳ ଭିତ୍ତିଭୂମି ନିର୍ମାଣ ସଂକ୍ରାନ୍ତ ବିଭିନ୍ନ ଯୋଜନା ପାଇଁ କେନ୍ଦ୍ର ସରକାର ୫୦ ହଜାର ୪୬୭ କୋଟି ଟଙ୍କା ପ୍ରଦାନ କରିଥିବା ମନ୍ତ୍ରୀ ଶ୍ରୀ ଚୌହାନ କରିଛନ୍ତି । ଗତ ୧୦ବର୍ଷ ମଧ୍ୟରେ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୩ କୋଟି ୪୫ ଲକ୍ଷ ଘର ନିର୍ମାଣ କରାଯାଇଛି । ନୂତନ ପରିବାରଗୁଡ଼ିକୁ ଚିହ୍ନଟ କରି ଏହି ଯୋଜନାରେ ସାମିଲ କରିବାକୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+