ଅଗ୍ନିପଥ ସ୍କିମ: ଆଜି ପ୍ରଥମ ଅଗ୍ନିବୀର ପରୀକ୍ଷା, ସୁରକ୍ଷା ବ୍ୟବସ୍ଥା କଡାକଡି
ଅଗ୍ନିପଥ ଯୋଜନାରେ ଅଗ୍ନିବୀର ପାଇଁ ଉତ୍ତରପ୍ରଦେଶର କାନପୁରରେ ଆରମ୍ଭ ହୋଇଛି ପରୀକ୍ଷା । ପ୍ରଥମ ଥର ଆୟୋଜିତ ହୋଇଛି ଏହି ପରୀକ୍ଷା । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ପରୀକ୍ଷା ଦେଉଛନ୍ତି ଆବେଦନକାରୀ ।
ଲକ୍ଷ୍ନୌ: ଅଗ୍ନିପଥ ଯୋଜନାରେ ଅଗ୍ନିବୀର ପାଇଁ ଉତ୍ତରପ୍ରଦେଶର କାନପୁରରେ ଆରମ୍ଭ ହୋଇଛି ପରୀକ୍ଷା । ପ୍ରଥମ ଥର ଆୟୋଜିତ ହୋଇଛି ଏହି ପରୀକ୍ଷା । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ପରୀକ୍ଷା ଦେଉଛନ୍ତି ଆବେଦନକାରୀ ।

ଆବେଦନକାରୀ ମାନେ ତିନିଟି ସିଫ୍ଟ ମାଧ୍ୟମରେ ପରୀକ୍ଷା ଦେବା ଆରମ୍ଭ କରିଛନ୍ତି । ପ୍ରଥମ ସିପ୍ଟ 7ଟା 30 ରୁ ଆରମ୍ଭ ହୋଇଯାଇଥିବା ବେଳେ ଦ୍ବିତୀୟ ସିପ୍ଟ 11ଟା 30 ଓ ତୃତୀୟ ସିପ୍ଟ 3ଟା 15 ମିନିଟରେ ଆରମ୍ଭ ହେବ । ପ୍ରତି ସିପ୍ଟରେ 625 ଜଣ ଆବେଦନକାରୀ ପରୀକ୍ଷା ଦେବେ । ମୋଟ 11ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ କାନପୁରରେ 6ଟି ସେଣ୍ଟର କରାଯାଇଛି । ଆଜି କାନପୁରରେ ମୋଟ 33 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ଏବଂ ବସଷ୍ଟାଣ୍ଡ ଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସମସ୍ତ କେନ୍ଦ୍ରକୁ ସିସିଟିଭି ମାଧ୍ୟମରେ ତଦାରଖ କରାଯିବ।












Click it and Unblock the Notifications