ଅଗ୍ନିପଥ ସ୍କିମ: ବାୟୁସେନା ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ
ଅଗ୍ନିପଥ ଯୋଜନା ଆଧାରରେ ଭାରତୀୟ ବାୟୁସେନା ପକ୍ଷରୁ ଆଜି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ଆବେଦନ ପାଇଁ ଅଫିସିଆଲ ୱେବସାଇଟରେ ପଞ୍ଜିକରଣ ୱିଣ୍ଡୋ ଖୋଲାଯାଇଛି ।
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଆଧାରରେ ଭାରତୀୟ ବାୟୁସେନା ପକ୍ଷରୁ ଆଜି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ଆବେଦନ ପାଇଁ ଅଫିସିଆଲ ୱେବସାଇଟରେ ପଞ୍ଜିକରଣ ୱିଣ୍ଡୋ ଖୋଲାଯାଇଛି । ଏହି https://agnipathvayu.cdac.in/AV/ ୱେବସାଇଟକୁ ଭିଜିଟ କରି ଆଶାୟୀମାନେ ଅଗ୍ନିବୀର ବାୟୁ ପାଇଁ ଆବେଦନ କରିପାରିବେ । ଏନେଇ ବାୟୁସେନା ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ସୂଚନାଥାଉକି, ଅଗ୍ନିପଥ ଯୋଜନାର ଶୁଭାରମ୍ଭ ଜୁନ୍ ୧୪ ତାରିଖରେ ହୋଇଥିଲା । ଯୋଜନାନୁଯାୟୀ, ୧୭ ରୁ ୨୧ ବର୍ଷ ବୟସର ଯୁବକମାନେ ଏହି ଯୋଜନା ଆଧାରରେ ନିଯୁକ୍ତି ପାଇବେ । ଏମାନଙ୍କ କାର୍ଯ୍ୟକାଳର ସମୟ ୪ ବର୍ଷ ରହିବ । ଯେତବେଳେ କି ମୋଟ ଅଗ୍ନିବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ରେଗୁଲାର ଚାକିରି ପାଇଁ ବଛାଯିବ ।
ତେବେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ହେବା ପରେ ସରକାର ଗତ ୧୬ ତାରିଖରେ ସର୍ବୋଚ୍ଚ ବୟସ ସୀମା ୨୧ରୁ ୨୩କୁ ବୃଦ୍ଧି କରିଥିଲେ ।
ଯେଉଁମାନେ ଅଗ୍ନିପଥ ଯୋଜନା ଆଧାରରେ ନିଯୁକ୍ତି ପାଇବେ ସେମାନଙ୍କୁ ଅଗ୍ନିବୀର ବୋଲି କୁହାଯିବ । ଅଗ୍ନିବୀରଙ୍କ ପ୍ରଥମ ବର୍ଷ ପାଇଁ ମାସିକ ଦରମା ୩୦ ହଜାର ଟଙ୍କା ରହିବ । ୯ହଜାର ଟଙ୍କା ସରକାରଙ୍କ ମିଳିତ ସହାୟତାରେ କର୍ପସ ଫଣ୍ଡକୁ ଯିବ ଏବଂ ୨୧ ହଜାର ଟଙ୍କା ସିଧାସଳଖ ଅଗ୍ନିବୀରଙ୍କୁ ମିଳିବ । ସେହିପରି ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବର୍ଷ ପାଇଁ ମାସିକ ଦରମା ୩୩ ହଜାର, ୩୬ ହଜାର ଏବଂ ୪୦ ହଜାର ମିଳିବ ।












Click it and Unblock the Notifications