ଚିନ୍ତାରେ ଦିଲ୍ଲୀବାସୀ:ବିପଦ ସଙ୍କେତ ଅତିକ୍ରମ କଲା ଯମୁନା ଜଳସ୍ତର

ନୂଆଦିଲ୍ଲୀ:ବଢିଲା ଦିଲ୍ଲୀବାସୀଙ୍କ ଚିନ୍ତା । ପୁଣି ବିପଦ ସଙ୍କେତ ଅତିକ୍ରମ କଲା ଯମୁନା ଜଳସ୍ତର । ହରିୟାଣା ହାତନିଖୁଣ୍ତ ବ୍ୟାରେଜରୁ ବନ୍ୟା ଜଳ ଛଡା ଯିବା ପରେ ଯମୁନା ଫୁଲିବା ଆରମ୍ଭ ହୋଇଛି । ଆଜି ସକାଳ ୭ଟା ସୁଦ୍ଧା ଯମୁନା ନଦୀର ଜଳସ୍ତର ୨୦୬.୨୬ ମିଟର ରେକର୍ଡ କରାଯାଇଛି । ଏହା ବିପଦ ସଙ୍କେତଠାରୁ ଅଧିକରେ ପ୍ରବାହିତ ହେଉଛି ।

ସୂଚନା ଅନୁସାରେ, ହରିୟାଣା ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ ଜଳ ଛଡ଼ା ଯିବାରୁ ଦିଲ୍ଲୀ ପ୍ରତି ବନ୍ୟା ବିପଦ ବଢିଯାଇଛି । ସେପଟେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

yamuna
ସୂଚନାଥାଉ ଯେ, ଗତଥର ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଫଳରେ ଦିଲ୍ଲୀର ଅଧିକାଶଂ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଲାଲକିଲା, ରାଜଘାଟ, ଏପରିକି ସୁପ୍ରିମକୋର୍ଟ ଗେଟ୍ ଛୁଇଁଥିଲା ଯମୁନା ପାଣି । ଯେଉଁଥି ପାଇଁ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ ସାଧାରଣ ଜନତା । ଏବେ ପୁଣି ଯମୁନା ଜଳସ୍ତର ଫୁଲିବା ପରେ ଦିଲ୍ଲୀ ସରକାରଙ୍କ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଅନ୍ୟପଟେ ପୁଣି ଦିଲ୍ଲୀରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି । ସେହିପରି ଲଗାଣ ବର୍ଷା ପାଇଁ ଉତ୍ତର ପ୍ରଦେଶର ୧୫ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି । ହିମାଚଳରେ ପ୍ରବଳ ବର୍ଷା ଯୋଗୁଁ ହରିୟାଣା ବ୍ୟାରେଜରେ ଜଳ ପ୍ରବେଶ କରିବା ହେତୁ ଦିଲ୍ଲୀରେ ବନ୍ୟା ଆଶଙ୍କା ବୃଦ୍ଧି ପାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+