Get Updates
Get notified of breaking news, exclusive insights, and must-see stories!

ପୁଣି ଉଡନ୍ତା ବିମାନରେ ହଙ୍ଗାମା କଲେ ଯାତ୍ରୀ

ନୂଆଦିଲ୍ଲୀ: ପୁଣି ଏୟାର ଇଣ୍ଡିଆ ବିମାନରେ ଉତ୍ପାତ କଲେ ଯାତ୍ରୀ। ଯାହା ଦ୍ୱାରା ବିମାନର ଥିବା ଅନ୍ୟ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବାରମ୍ବାର ତାଗିଦ କରାଯିବା ସତ୍ତ୍ୱେ ଯାତ୍ରୀଙ୍କ ଆଚରଣ ସୁଧୁରିନଥିଲା। ଗତ ଜୁଲାଇ ୯ରେ ଏହି ଘଟଣା ହୋଇଥିବା କହିଛି ଏୟାର ଇଣ୍ଡିଆ।

ଘଟଣା ଅନୁସାରେ, ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ସିଡନୀରୁ ଦିଲ୍ଲୀ ବିଜିନେସ୍‌ କ୍ଲାସ୍‌ରେ ଯାଉଥିଲେ । ତେବେ କିଛି ସମସ୍ୟା ଉପୁଜିବାରୁ ସିଟ୍‌ ପରିବର୍ତ୍ତନ କରିବା ପରେ ସେ ‌ଇକୋନୋମି କ୍ଲାସରେ ଯାତ୍ରା କରିଥିଲେ। ସେ ଜଣେ ସହଯାତ୍ରୀଙ୍କୁ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବାକୁ ଅଟକାଇଲେ। ପରେ ସାମାନ୍ୟ କଥାରୁ ଝଗଡ଼ା ହୋଇଥଲା।

AIR_INDIA

ଯାତ୍ରୀ ଜଣକ ପ୍ରଥମେ ଏୟାର ବରିଷ୍ଠ ଅଧିକାରୀଙ୍କୁ ଚାପୁଡ଼ା ମାରିଥିଲେ। ଆଉ ତା'ପରେ ତାଙ୍କ ମୁଣ୍ଡକୁ ଝିଙ୍କି ଗାଳିଗୁଲଜ କରିଥିଲେ । କ୍ୟାବିନ କ୍ରୁର ପାଞ୍ଚ ଜଣ କର୍ମଚାରୀ ମଧ୍ୟ ଅଭିଯୁକ୍ତକୁ ଅଟକାଇ ପାରିନଥିଲେ । ଏହା ପରେ ଏୟାର ଇଣ୍ଡିଆର ଅଧିକାରୀ ଜଣକ ସେଠାରୁ ଉଠି ପଛ ସିଟକୁ ଚାଲି ଯାଇଥିଲେ ।

ତାଙ୍କୁ କଡ଼ା ତାଗିଦ କରାଯାଇଥିଲା । ତଥାପି ସେ ନ ମାନିବାରୁ ଦିଲ୍ଲୀରେ ଫ୍ଲାଇଟ ଟି ପହଞ୍ଚି ମାତ୍ରେ ସେହି ବିମାନ ଯାତ୍ରୀଙ୍କୁ ସୁରକ୍ଷାକର୍ମୀଙ୍କ ହାତରେ ଦିଆଯାଇଥିଲା । ପରେ ସେ ଯାତ୍ରୀ ଜଣକ ଲିଖିତ ଭାବେ କ୍ଷମା ମାଗିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+