୨୦୨୪ରେ ପୁଣି ମୋଦୀ ସରକାର ! ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ ବଢାଇଲା ଚର୍ଚ୍ଚା

୨୦୨୪ରେ ପୁଣି ଆସିପାରେ ମୋଦୀ ସରକାର । ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦୀ । ଆଗାମୀ ସାଧାରଣ ନିର୍ବାଚନରେ NDA ସରକାର ଗଢ଼ିପାରିବେ ବୋଲି ଆକଳନ କରିଛି ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ ।

ଯଦି ଆଜିର ଦିନରେ ନିର୍ବାଚନ ହୁଏ, ମୋଦୀଙ୍କ ନେତୃତ୍ୱରେ ଏନଡିଏ ୩୧୮ ଆସନ ପାଇପାରେ । ମାତ୍ର ଭାରତୀୟ ଜନତା ପାର୍ଟିର ଆସନ ୩୦୩ରୁ ୨୯୦କୁ ଖସିଆସିବାର ଆକଳନ କରାଯାଇଛି ।

narendra_modi

ବିରୋଧୀ ମେଣ୍ଟ ଇଣ୍ଡିଆକୁ ମାତ୍ର ୧୭୫ଟି ଆସନ ମିଳିପାରେ ବୋଲି ସର୍ଭେ ଆକଳନ କରିଛି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଆସନ ବଢ଼ି ୬୬ରେ ପହଞ୍ଚିପାରେ । ଗତ ନିର୍ବାଚନରେ କଂଗ୍ରେସକୁ ୫୨ ଆସନ ମିଳିଥିଲା। ଅନ୍ୟାନ୍ୟ ଆଞ୍ଚଳିକ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଲୋକସଭା ନିର୍ବାଚନରେ ୫୦ଟି ଆସନ ମିଳିପାରେ । ଏନେଇ ଆକଳନ କରିଛି ଇଣ୍ଡିଆ ଟିଭି- ସିଏନଏକ୍ସ ପୋଲ୍ ସର୍ଭେ ।

ତୃଣମୂଳ କଂଗ୍ରେସ ତୃତୀୟ ସର୍ବବୃହତ ଦଳ ଭାବେ ଉଭା ହୋଇପାରେ ବୋଲି ଆକଳନ କରିଛି । ଏସବୁ ଭିତରେ ବିଜୁ ଜନତା ଦଳକୁ ୧୩ଟି ଲୋକସଭା ଆସନ ମିଳିବ ବୋଲି ଏହି ସର୍ଭେ ଆଳକନ କରିଛି । ଗତ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ଟି ଲୋକସଭା ଆସନ ମିଳିଥିଲା ।

ଇଣ୍ଡିଆ ଟିଭି ଓପିନିଅନ ପୋଲ୍ ନେଇ ବିଜେଡି ସାଂସଦ ମୁନ୍ନା ଖାଁଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନ ୨୦୧୪ ଭଳି ୨୦-୧ ହେବ। 'ବିଜେଡି ୨୦ ନେବ ଆଉ ଗୋଟିଏ ସିଟ୍‌ ବିଜେପି ଅବା କଂଗ୍ରେସକୁ ଯିବ ବୋଲି ସେ କହିଛନ୍ତି।

ସେହିପରି ଇଣ୍ଡିଆ ଟିଭିର ଓପିନିଅନ ପୋଲ୍‌କୁ କପୋଳକଳ୍ପିତ କହିଲେ ପିସିସି ସଭାପତି । ୧୯୯୫ରେ ଓଡ଼ିଶାରେ ବିଜୁ ବାବୁଙ୍କ ସରକାର ହେବ ରିପୋର୍ଟ କହିଥିଲା। ହେଲେ ୧୯୯୫ରେ କଂଗ୍ରେସ ସରକାରକୁ ଫେରିଥିଲା। ୨୦୨୪ରେ ବି ସେୟା ହେବ, ୧୦ରୁ ୧୨ ଲୋକସଭା ଆସନ କଂଗ୍ରେସ ଜିତିବ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+