ପୁଣି ଡରାଇଲାଣି କରୋନା:ଗତ ୨୪ ଘଣ୍ଟାରେ ୬,୧୫୫ ପଜିଟିଭ୍ ଚିହ୍ନଟ
Corona News:ପୁଣି ଡରାଇଲାଣି କରୋନା । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ବୃଦ୍ଧି ପାଇଛି କୋଭିଡ୍-19 ମାମଲା । ସୂଚନା ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬ ହଜାର ୧୫୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି ।

ରିପୋର୍ଟ ଅନୁସାରେ, ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୪,୪୭,୫୧,୨୫୯ କୁ ବୃଦ୍ଧି ପାଇଛି । ଶନିବାର ଦିନ ଦୈନକି ସଂକ୍ରମଣ ୬,୧୫୫ ଜଣ ରୋଗୀ ଚିହ୍ନଟ ହୋଇଥିଲେ । ସେରହିପରି ଶୁକ୍ରବାର ଦିନ କରୋନାର ୬୦୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କୋଭିଡ-୧୯ରେ ଶନିବାର ଦିନ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୧ ହଜାର ୧୯୪କୁ ବୃଦ୍ଧି ।
କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ସମେତ ସରକାର ମଧ୍ୟ ଏବେ ଚିନ୍ତାରେ । କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ ଦେଲେ ପରାମର୍ଶ । ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ କରୋନାରେ ସ୍ଥିତି ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଡାକ୍ତରଖାନାଗୁଡ଼ିକରେ ମକ୍ ଡ୍ରିଲ୍ ସମୀକ୍ଷା ଏବଂ ଟେଷ୍ଟିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସମସ୍ତ ରାଜ୍ୟର ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଭର୍ଚୁଆଲ୍ ବୈଠକ କରିଥିଲେ, ଯେଉଁଥିରେ ସେ ରାଜ୍ୟମାନଙ୍କୁ ସତର୍କ ରହିବାକୁ ଏବଂ COVID-19 ପରିଚାଳନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ।












Click it and Unblock the Notifications