ପଶ୍ଚିମବଙ୍ଗ ଟ୍ରେନ୍ ଟ୍ରାଜେଡି ଉପରେ କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା, କହିଲେ ପୂର୍ବରୁ ଦୁର୍ଘଟଣା ହେଲେ .....

ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ପୁଣି ଏକ ବଡ ଟ୍ରେନ ଟ୍ରାଜେଡି । ଉତ୍ତର ବଙ୍ଗଳାର ନୂଆ ଜଲପାଇଗୁଡି ଷ୍ଟେସନଠାରୁ ପ୍ରାୟ ସାତ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି । ବର୍ତମାନ ଘଟଣା ସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲିଛି । କଞ୍ଚନଜୁଙ୍ଗା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ ।

ଏଥିରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ରୁଅଧିକ ଆହତ ହୋଇଛନ୍ତି । ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ସେପଟେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଦାର୍ଜିଲିଂ ଅଭିମୁଖେ ଯାତ୍ରା କରିଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି । ଆଉ ଏଭଳି ସମୟରେ କଂଗ୍ରେସ ନେତା ପୱନ ଖେରା କଂଗ୍ରେସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ,

Pawan Khera

ପଶ୍ଚିମବଙ୍ଗରେ ଟ୍ରେନ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଖବର ଯନ୍ତ୍ରଣାଦାୟକ ଅଟେ । କଂଗ୍ରେସ ପରିବାରର ଶୋକସନ୍ତପ୍ତ ଶୋକସନ୍ତପ୍ତ ପରିବାର ସହ ଅଛନ୍ତି । ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ଏହା ଆମର କାମନା । ପୱନ ଖେରା କହିଛନ୍ତି ଯେ ଅଶ୍ୱିନୀ ବୈଷ୍ଣବ ଦେଶ ପାଇଁ ବହୁତ ଭଲ କାମ କରିଛନ୍ତି । ଏକ ସମୟ ଥିଲା ଟ୍ରେନ୍ ଦୁର୍ଘଟଣା ପରେ ମନ୍ତ୍ରୀମାନେ ଇସ୍ତଫା ଦେଉଥିଲେ । ବର୍ତମାନ ସେମାନେ ଘଟଣାସ୍ଥଳରେ ପହଞ୍ଚିପାରଛନ୍ତି ସେଟା ବଡ କଥା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+