ବଙ୍କର ବିଧ୍ବଂସୀ କ୍ଷେପଣାସ୍ତ୍ର ବିକାଶ କରୁଛି ଭାରତ

ଇରାନର ୩ଟି ନ୍ୟୁକ୍ଲିୟର ଫାସିଲିଟିକୁ ଧ୍ୱଂସ କରିବା ଲାଗି ଆମେରିକା ଗତ ୨୨ ତାରିଖରେ ଜିବିୟୁ-୫୭/ଏ ବଙ୍କର-ବଷ୍ଟରକୁ ନିୟୋଜିତ କରିଥିଲା। ଏହି ଅତ୍ୟାଧୁନିକ ସାମର୍ଥ୍ୟ ହାସଲ କରିବା ଲାଗି ଭାରତ ଜୋର୍‌ଦାର ଉଦ୍ୟମ ଚଳାଇଛି। ନୂଆ ତଥା ଶକ୍ତିଶାଳୀ ମିଶାଇଲ୍‌ ସିଷ୍ଟମ୍‌ ନିର୍ମାଣ ସହ ଭାରତ ଭବିଷ୍ୟତ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛି। ଏହି ମିଶାଇଲ୍‌ ସିଷ୍ଟମ୍‌ ଭୂଗର୍ଭରେ ଥିବା ଶକ୍ତିଶାଳୀ ଢାଞ୍ଚାକୁ ଭେଦ କରିପାରିବ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ପକ୍ଷରୁ ଅଗ୍ନି-୫ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍‌ ମିଶାଇଲ୍‌ର ଉନ୍ନତ ଭର୍ସନ୍‌ର ବିକାଶ କରାଯାଉଛି।

After US-Iran strike India may be developing its own massive bunker busters

ଅଗ୍ନି-୫ ଆଣବିକ ଅସ୍ତ୍ର ସହ ୫,୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରଖିଥିବାବେଳେ ନୂଆ ଭାରିଆଣ୍ଟରେ ପାରମ୍ପରିକ ଅସ୍ତ୍ର ସାମର୍ଥ୍ୟ ରହିବ, ଯାହା ୭,୫୦୦ କିଲୋଗ୍ରାମ ବଙ୍କର-ବଷ୍ଟର ଯୁଦ୍ଧାସ୍ତ୍ର ବହନ କରିପାରିବ। ମାଟିତଳେ ୫୦ରୁ ୧୦୦ ମିଟର ଗଭୀରରେ ଥିବା ବହୁସ୍ତରୀୟ ଶକ୍ତିଶାଳୀ କଂକ୍ରିଟ୍‌ ଢାଞ୍ଚାକୁ ଏହା ଧ୍ୱଂସ କରିପାରିବ। ଆମେରିକା ନକଟରେ ୧୪ଟି ଜିବିୟୁ-୫୭ ବ୍ୟବହାର କରିଥିଲା, ଯାହାକି ବିଶ୍ୱର ସବୁଠୁ ଶକ୍ତିଶାଳୀ ବଙ୍କର-ବଷ୍ଟର ବୋମା। ଭାରତ ଅନୁରୂପ ସାମର୍ଥ୍ୟ ହାସଲ କରିବାକୁ ଚାହୁଁଥିବା ଜଣାପଡ଼ିଛି।

ଇରାନର ଆଣବିକ ଭିତ୍ତିଭୂମି ବିରୋଧରେ ନିକଟରେ ୧୪ଟି ବିଶ୍ୱର ସର୍ବବୃହତ୍ ପାରମ୍ପରିକ ବଙ୍କର-ବଷ୍ଟର ବୋମା ଜିବିୟୁ-୫୭ ବ୍ୟବହାର କରିଥିବା ଆମେରିକାର ସାମର୍ଥ୍ୟ ସହ ମେଳ ଖାଇବାକୁ ଭାରତ ଲକ୍ଷ୍ୟ ରଖିଥିବା ଏହି ଘଟଣା ସଙ୍କେତ ଦେଇଛି। ଭାରତର ସ୍ୱଦେଶୀ ସଂସ୍କରଣ ଆହୁରି ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖିଛି। ବଡ଼, ଦାମୀ ବୋମାବାହୀ ବିମାନ ଉପରେ ନିର୍ଭର କରିବା ପରିବର୍ତ୍ତେ ଆମେରିକା ଭଳି ଭାରତ ଏହାର ବଙ୍କର ବଷ୍ଟରକୁ ଡିଜାଇନ୍ କରୁଛି। ଅଗ୍ନି-୫ର ଦୁଇଟି ନୂଆ ଭାରିଆଣ୍ଟ ବିକଶିତ ହେଉଥିବା ସୂଚନା ମିଳିଛି। ଗୋଟିଏରେ ଭୂପୃଷ୍ଠ ଉପର ଲକ୍ଷ୍ୟ ପାଇଁ ଏୟାର୍‌ଫାଷ୍ଟ ଯୁଦ୍ଧାସ୍ତ୍ର ରହିବ ଏବଂ ଅନ୍ୟଟି ଜିବିୟୁ-୫୭ ପରି କଠୋର ଭୂତଳ ଭିତ୍ତିଭୂମିକୁ ଟାର୍ଗେଟ୍ କରିପାରିବ। ଏହା ଏକ ହାଇପରସୋନିକ୍ କ୍ଷେପଣାସ୍ତ୍ର ହେବ ଯାହା ଶବ୍ଦଠୁ ଅଧିକ ବେଗ‌ରେ ୨୫୦୦ କିମି ପର୍ଯ୍ୟନ୍ତ ଗତି କରିପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+