ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ବ୍ୟାଗ୍ ଯାଞ୍ଚ
Maharashtra Assembly Election 2024: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ମଧ୍ୟରେ ପୂର୍ବତନ ସିଏମ ଉଦ୍ଧବ ଠାକରେ ଏବଂ ଦେବେନ୍ଦ୍ର ଫଡନାଭିସଙ୍କ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବ୍ୟାଗର ଯାଞ୍ଚ କରାଯାଇଛି । ନିର୍ବାଚନ ଅଧିକାରୀମାନେ ପାଲଘରରେ ସିଏମ ସିନ୍ଦେଙ୍କ ବ୍ୟାଗ ଯାଞ୍ଚ କରିଥିବା ନେଇ ସୂଚନା ରହିଛି । ଯାହା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।

ପାଲଘରର କୋଲୱେଡେ ପୋଲିସ ପ୍ୟାରେଡ ଗ୍ରାଉଣ୍ଡରେ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା। ହେଲିପ୍ୟାଡରେ ଅବତରଣ କରିବା ପରେ ଅଧିକାରୀ ତାଙ୍କ ବ୍ୟାଙ୍କ ଯାଞ୍ଚ କରିଥିଲେ ।
#WATCH | Maharashtra: CM Eknath Shinde’s bags were checked at Palghar Police ground helipad where he reached for the election campaign.
(Source: Shiv Sena) pic.twitter.com/44CnWiTYzG
— ANI (@ANI) November 13, 2024
ଭାରତୀୟ ଜନତା ପାର୍ଟିର ମହାରାଷ୍ଟ୍ର ୟୁନିଟ୍ ବୁଧବାର ଦିନ 'X' ରେ ଏକ ଭିଡିଓ ପୋଷ୍ଟ କରିଛି ଯେଉଁଥିରେ ସୁରକ୍ଷା କର୍ମୀମାନେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କର ମଧ୍ୟ ବ୍ୟାଗ୍ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା । ବିଜେପି କହିଛି ସମସ୍ତେ ସାମ୍ବିଧାନିକ ବ୍ୟବସ୍ଥାକୁ ଅନୁସରଣ କରିବା ଉଚିତ୍ । ବିଜେପି ଏହି ପୋଷ୍ଟରେ କହିଛନ୍ତି ଯେ କିଛି ନେତାଙ୍କ 'ଡ୍ରାମା' କରିବାର ଅଭ୍ୟାସ ରହିଛି।
ଗତ ଦୁଇ ଦିନ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଶିବସେନା ଭିଡିଓ ଅନଲାଇନରେ ସେୟାର କରିଥିଲେ ଯେଉଁଥିରେ ନିର୍ବାଚନ ଅଧିକାରୀ ବ୍ୟାଗ ଯାଞ୍ଚ କରୁଥିବାର ଦେଖିବା ପାଇଁ ମିଳିଥିଲା ।
ଉଦ୍ଧବଙ୍କ ବ୍ୟାଙ୍କ୍ ଯାଞ୍ଚକୁ ନେଇ ଏକ ବିବାଦ ସୃଷ୍ଟି ହୋଇଥିଲା । ସେ ପ୍ରଶ୍ନ କରିଥିଲେ, ଏହି ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶାସକ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ କି ନାହିଁ । ବୁଧବାର ବିଜେପିର ରାଜ୍ୟ ୟୁନିଟ୍ ଏହାର ସୋସିଆଲ୍ ମିଡିଆ ହ୍ୟାଣ୍ଡଲ୍ 'ଏକ୍ସ'ରେ ଏକ ଫୁଟେଜ୍ ପୋଷ୍ଟ କରିଛି ଯେଉଁଥିରେ ନଭେମ୍ବର 5 ରେ କୋଲହାପୁର ବିମାନବନ୍ଦରରେ ସୁରକ୍ଷା କର୍ମୀମାନେ ଫଡନାଭିସଙ୍କ ବ୍ୟାଗ୍ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା ।












Click it and Unblock the Notifications