ବିଜୟ ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିଲେ ନାୟବ ସିଂହ ସୈନି
Nayab Singh Saini: ବିଜୟ ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଦିଲ୍ଲୀ ଯାଇ ଭେଟିଲେ ନାୟବ ସିଂହ ସୈନି । ଏହି ସମୟରେ ରାଜ୍ୟରେ ସରକାର ଗଠନ ନେଇ ସେ ଆଲୋଚନା କରିଛନ୍ତି । ସେହିପରି ଚର୍ଚ୍ଚା ହେଉଛି ଯେ, ଦଶହରାରେ ହରିୟାଣାରେ ବିଜେପି ପୁଣି ସରକାର ଗଠନ କରିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ ଯେ ଏଥର ନାୟବ ସିଂହ ସୈନିଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବ ନା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ।

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦି, ଜେପି ନଡ୍ଡା, ରାଜନାଥ ସିଂହଙ୍କୁ ମଧ୍ୟ ଭେଟିଛନ୍ତି । ପୂର୍ବରୁ ମନୋହର ଲାଲ ଖଟରଙ୍କୁ ହଟାଇ ସୈନିକୁ ହରିୟାଣାର ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ଅନ୍ୟ ପଛୁଆ ବର୍ଗରୁ ଆସିଥିବା ସୈନି ନିର୍ବାଚନରେ ବିଜେପିକୁ ବିଜୟୀ କରାଇଛନ୍ତି । ତେବେ ଏଥର ମଧ୍ୟ ପୁଣି ଦଳ
ସୈନିକୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ।
ମୋଦି ଓ ଅନ୍ୟମାନଙ୍କୁ ଭେଟିବା ପରେ ସୈନି କହିଛନ୍ତି ଯେ ମୋର କର୍ତ୍ତବ୍ୟ କରିଛି, ଦଳ ମୁଖ୍ୟମନ୍ତ୍ରୀ କାହାକୁ କରିବ ସେ ନିଷ୍ପତ୍ତି ହାଇକମାଣ୍ଡଙ୍କ ହାତରେ ରହିଛି । ସେହିପରି ହରିୟାଣାରେ ବିଜୟ ଶ୍ରେୟ ସୈନି ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍ତି ।












Click it and Unblock the Notifications