ସୁପ୍ରିମକୋର୍ଟଙ୍କ ପରେ ଏବେ ବାବା ରାମଦେବଙ୍କୁ ଉତ୍ତରାଖଣ୍ଡ ସରକାରଙ୍କ ଝଟକା, ବ୍ୟାନ କଲେ ୧୪ ଉତ୍ପାଦ

ବିବାଦ ପରେ ବିବାଦ ବାବା ରାମ ଦେବଙ୍କ ପିଛା ଛାଡୁନାହିଁ । ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ବାବା ରାମଦେବଙ୍କୁ ଝଟକା ଦେଇଛନ୍ତି ଉତ୍ତରାଖଣ୍ଡ ସରକାର। ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନା ପରେ ଏବେ ଉତ୍ତରାଖଣ୍ଡ ସରକାର ମଧ୍ୟ ଆକ୍ସନ ମୁଡକୁ ଚାଲି ଆସିଛି। ପତଞ୍ଜଳିର ଦିବ୍ୟା ଫାର୍ମାସିର ୧୪ଟି ଉତ୍ପାଦକୁ ବ୍ୟାନ୍‌ କରିଛନ୍ତି ଉତ୍ତରାଖଣ୍ଡ ସରକାର । ବିଭ୍ରାନ୍ତିକର ତଥା ମିଥ୍ୟା ବିଜ୍ଞାପନ ମାମଲାରେ ଦିବ୍ୟା ଫାର୍ମାସିର ଏହି ଉତ୍ପାଦଗୁଡିକ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର।

baba ramdev

ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ବ୍ୟାନ୍‌ ହୋଇଥିବା ପତଞ୍ଜଳିର ୧୪ ଉତ୍ପାଦ ମଧ୍ୟରେ ସ୍ୱାସାରି ଗୋଲ୍ଡ, ସ୍ୱାସାରି ବତି, ସ୍ୱାସାରି ପ୍ରବାହି, ବ୍ରୋକୋମ, ଅବଲେହ, ମୁକ୍ତି ବଟି ଏକ୍ସଟ୍ରା ପାୱାର, ପତଞ୍ଜଳି ଦୃଷ୍ଟି ଆଇ ଡ୍ରପ ଆଦି ସାମିଲ ଅଛି।

ଉତ୍ତରାଖଣ୍ଡ ଔଷଧ ନିୟନ୍ତ୍ରଣ ବିଭାଗ ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଦିବ୍ୟା ଫାର୍ମାସି ବାରମ୍ବାର ନିଜ ଉତ୍ପାଦ ସମ୍ପର୍କରେ ଭ୍ରମ ସୃଷ୍ଟି କରୁଥିବା ବିଜ୍ଞାପନ ପ୍ରକାଶ କରୁଥିବାରୁ ଏହାର ୧୪ଟି ଉତ୍ପାଦକୁ ବ୍ୟାନ୍‌ କରି ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପତଞ୍ଜଳୀ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଚାଲିଥିବାରୁ ସର୍ବୋଚ୍ଚ ଅଦାଲତ କିଛି ଦିନ ତଳେ ବାବା ରାମଦେବଙ୍କୁ କଡ଼ା ସମାଲୋଚନା କରିଥିଲେ।

ଆଜି ସୁପ୍ରିମକୋର୍ଟରେ ପତଞ୍ଜଳି ମାମଲାର ଶୁଣାଣି ଥିବା ବେଳେ ଏହା ରାମଦେବଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଯୋଗ ଗୁରୁ ବାବା ରାମଦେବଙ୍କ ଉପରେ ଅଦାଲତ ଅବମାନନା ଆରୋପ ଲଗାଯିବ ନା ନାହିଁ ତାହା ଆଜି ସ୍ଥିର ହେବ ।
ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ)ର ବୟାନ ଆସିଛି । ଆଇଏମ୍ଏର ସଭାପତି ଡାକ୍ତର ଆର୍ ଭି ଅଶୋକନ୍ କହିଛନ୍ତି ଯେ, ବାବା ରାମଦେବ କୋଭିଡ୍-୧୯ର ଉପଚାର ଅଛି ବୋଲି ଦାବି କରିବା ସହ ଆଧୁନିକ ଔଷଧକୁ ଏକ ମୂର୍ଖାମୀ ଓ ଦେବାଳିଆ ବିଜ୍ଞାନ ବୋଲି ବଦନାମ କରିଥିଲେ । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+