ଇସ୍ତଫା ପରେ ଭାରତ ଆସିବାକୁ ଅନୁମତି ମାଗିଥିଲେ ଶେଖ୍ ହସିନା, ବୈଦେଶିକ ମନ୍ତ୍ରୀ

ଦେଶରେ ଚାଲିଥିବା ହିଂସା ମଧ୍ୟରେ କିଛି ସମୟ ପାଇଁ ଭାରତରେ ରହିବାକୁ ଅନୁମତି ମାଗିଥିଲେ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଆଜି ରାଜ୍ୟସଭାରେ ବକ୍ତବ୍ୟ ରଖିବା ସମୟରେ ଏହି ସୂଚନା ଜେଇଛନ୍ତି ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର।

Sheikh Hasina

ସେ କହିଛନ୍ତି, "ବଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କିଛି ସମୟ ପାଇଁ ତାଙ୍କୁ ଭାରତରେ ରହିବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ। ଏହି ଆଲୋଚନା ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ।"

ଆଜି ବାଂଲାଦେଶରେ ଚାଲିଥିବା ସଙ୍କଟକୁ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ପରେ ଉପର ଗୃହକୁ ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ବାଂଲାଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି।

ପ୍ରକାଶ ଥାଉକି, ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଚାଲିଥିବା ହିଂସା ମଧ୍ୟରେ ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶେଖ୍ ହସିନା। ଏହାପରେ ସେ ଦେଶ ଛାଡ଼ି ଅନ୍ୟତ୍ର ପଳାଇ ଯାଇଥିବା ଖବର ଚର୍ଚ୍ଚା ହୋଇଥିଲା।

ପରବର୍ତ୍ତୀ ସମୟରେ ହସିନା ଦିଲ୍ଲୀର ହିଣ୍ଡନ ଏୟାରବେସରେ ପହଞ୍ଚି ଥିଲେ। ଏଠାରେ କିଛି ସମୟ ରହିବା ପରେ ବାଂଲାଦେଶ ସେନାର ସ୍ୱତନ୍ତ୍ର ବିମାନରେ ଲଣ୍ଡନ ଚାଲି ଯାଇଥିଲେ। ଏହା ପୂର୍ବରୁ ସେ କିଛି ସମୟ ଭାରତରେ ରହିବାକୁ ଅନୁମତି ମାଗିଥିବା ଆଜି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+