ଲୋକସଭା ପରେ ରାଜ୍ୟସଭାରୁ ୩୪ ଜଣ ସାଂସଦଙ୍କୁ କରାଗଲା ବହିଷ୍କାର

Oppositon Mp Suspended: ଲୋକସଭା ପରେ ସୋମବାର ଦିନ ସଂସଦର ଶୀତକାଳୀନ ଅଧିବେଶନରୁ ରାଜ୍ୟସଭାର 34 ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସାଂସଦମାନେ ହେଉଛନ୍ତି ପ୍ରମୋଦ ତିୱାରୀ, ଜୟରାମ ରମେଶ, କେସି ଭେନୁଗୋପାଲ, ରାମନାଥ ଠାକୁର, ମନୋଜ ଝା, ରାମଗୋପାଲ ଯାଦବ, ଜାଭେଦ ଅଲି ଖାନ, ମହୁଆ ମାଜି ଏବଂ ଶାନ୍ତନୁ ସେନ।

 Rajya Sabha

ସେହିପରି ସମୀରୁଲ ଇସଲାମ, କାନିମୋଝି, ଫାୟାଜ ଅହମ୍ମଦ, ଅଜିତ କୁମାର, ନାନାରାୟଣ ଭଆି ଜେଟୱା, ରଣଜିତ ରଂଜନ, ରଣଦୀପ ସୁରଜେୱାଲା, ରଜନୀ ପାଟିଲ, ଏମ ସଙ୍ଗମ, ଆମି ୟାଗନିକ, ଫୁଲୋ ଦେବୀ ନେତାମ ଏବଂ ମୌସମ ନୁର।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଛନ୍ତି ଯେ, ଅନେକ ସଦସ୍ୟ ଜାଣିଶୁଣି ବେଞ୍ଚକୁ ଅଣଦେଖା କରୁଛନ୍ତି। ବାଧା ଯୋଗୁଁ ଗୃହ କାର୍ଯ୍ୟ କରାଯାଉନାହିଁ । ଏହି କାରଣରୁ ଚଳିତ ଅଧିବେଶନରେ ଅନେକ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ସେ ଆହୁରି କହିଛନ୍ତି ଯେ, ଲୋକମାନଙ୍କର ଭାବନା ଏବଂ ସେମାନଙ୍କ ଆଶାକୁ ସମ୍ମାନ ଦେଉ ନ ଥିବାରୁ ମୁଁ ଲଜ୍ଜିତ ।

ସେପଟେ ଲୋକସଭା ବାଚସ୍ପତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କ ସମେତ 33 ସାଂସଦଙ୍କୁ ଲୋକସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଛନ୍ତି। ସମଗ୍ର ଅଧିବେଶନରୁ 13 ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+