ଦେଶରେ CAA ଲାଗୁ ହେବା ପରେ ଏହି ଅଞ୍ଚଳରେ ବଢିଲା ସୁରକ୍ଷା ବ୍ୟବସ୍ଥା
CAA flag march in Delhi: ଦେଶରେ ଆଜିଠୁ ବିଧିବଦ୍ଧ ଭାବେ CAA ଲାଗୁ ହୋଇଛି । ଆଜି ସଂନ୍ଧ୍ୟା କିମ୍ବା ରାତିରେ ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା ପରେ ଦେଶର ରାଜଧାନୀର ଉତ୍ତର-ପୂର୍ବ ଦିଲ୍ଲୀ, ଶାହିନ୍ ବାଗ, ଜାମିଆ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଗୌତମ ବୁଦ୍ଧ ନଗର ପୋଲିସ ମଧ୍ୟ ନୋଏଡାରେ ଫ୍ଲାଗ ମାର୍ଚ୍ଚ କରିଛି । ଏହା ବ୍ୟତୀତ କେତେକ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ କର୍ମଚାରୀ ଏବଂ ସାମରିକ ବାହିନୀ ମୁତୟନ କରାଯାଇଛି। ଆସାମରେ ମଧ୍ୟ ଫ୍ଲାଗ ମାର୍ଚ୍ଚ କରାଯାଇଥିବା ନେଇ ସୂଚନା ରହିଛି ।
ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆସାମ ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ସୁରକ୍ଷା ବୃଦ୍ଧି କରାଯାଇଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ପୋଲିସ ଷ୍ଟେସନ ହାଇ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀର ପ୍ରମୁଖ ରୁଟରେ ବ୍ୟାରିକେଡ୍ ଲଗାଯାଇଛି ଯିବା ସହ ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ଜୋରଦାର କରାଯାଇଛି।












Click it and Unblock the Notifications