ବିବାଦ ପରେ ୧୦୦ ଜଣଙ୍କୁ ରାଜ ଭବନ ସିସିଟିଭି ଫୁଟେଜ ଦେଖାଇଲେ ପଶ୍ଚିମବଙ୍ଗ ରାଜ୍ୟପାଳ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ବିବାଦ ଆହୁରି ଗଭୀର ହେବାରେ ଲାଗିଛି। ଏହି ସମୟରେ, ବୋଷ ଗୁରୁବାର ଦିନ ମହିଳାଙ୍କୁ ନିର୍ଯାତନା ଅଭିଯୋଗରେ ମେ '2 ରୁ ପ୍ରାୟ 100 ଜଣଙ୍କ ସିସିଟିଭି ଫୁଟେଜ ଦେଖାଇଥିଲେ।

ରାଜ ଭବନର ତଳ ମହଲାରେ ଥିବା ହଲରେ ମେ 2ର ଦୁଇଟି ସିସିଟିଭି କ୍ୟାମେରାର ଫୁଟେଜ ଲୋକଙ୍କୁ ଦେଖାଯାଇଥିଲା। କୁହାଯାଉଛି ଯେ, ରାଜ ଭବନର ମୁଖ୍ୟ ଫାଟକରେ ଲଗାଯାଇଥିବା ସିସିଟିଭି କ୍ୟାମେରାର ଫୁଟେଜ ଦେଖାଯାଉଥିଲା ଏବଂ ସ୍କ୍ରିନିଂ ଚାଲିଥିଲା।
ସୂଚନାଯୋଗ୍ୟ ଯେ, ରାଜ ଭବନରେ ଚୁକ୍ତିଭିତ୍ତିକ ନିଯୁକ୍ତ ଜଣେ ମହିଳା କର୍ମଚାରୀ ରାଜ ଭବନରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି କୋଲକାତା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି କୋଲକାତା ପୋଲିସ ଏହି ଘଟଣାର ତଦନ୍ତ ପାଇଁ ଏସ୍ଇଟି ଗଠନ କରିଛି। ବୋଷ ବୁଧବାର କହିଥିେ, ସେ କୋଲକାତା ପୋଲିସ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସିସିଟିଭି କ୍ୟାମେରା ରେକର୍ଡିଂ ଦେଖାଇବେ ନାହିଁ।












Click it and Unblock the Notifications