ହୋଇପାରିଲାନି ଆଲୋଚନା, ପଞ୍ଜାବରେ ଏକାକୀ ଲଢିବ ବିଜେପି
୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ଦଳର ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ଦଳ ସେମାନଙ୍କ ସହ ଯଥାସମ୍ଭବ ସହଯୋଗୀ ଆଣିବାକୁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ତେବେ ସେପଟେ ଭାରତୀୟ ଜନତା ପାର୍ଟି ଏକ ବଡ଼ ଘୋଷଣା କରିଛି। ପଞ୍ଜାବରେ ବିଜେପି ସଭାପତି ସୁନୀଲ ଜାଖର ସୂଚନା ଦେଇଛନ୍ତି ଯେ କେବଳ ପଞ୍ଜାବରେ ଲୋକସଭା ନିର୍ବାଚନରେ ବିଜେପି ପ୍ରତିଦ୍ୱନ୍ଦ୍ୱିତା କରିବ। ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ଅକାଳୀ ଏବଂ ବିଜେପି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ। ପଞ୍ଜାବରେ ହେବନି ମେଣ୍ଟ । ଏକା ଲଢ଼ିବ ବିଜେପି । ପଞ୍ଜାବରେ ସିରୋମଣି ଅକାଳି ଦଳ ସହ ବିଜେପିର ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

ବିଜେପି ରାଜ୍ୟର ସମସ୍ତ ୧୩ ସିଟରେ ଏକା ନିର୍ବାଚନ ଲଢ଼ିବ । ପଞ୍ଜାବ ବିଜେପି ଅଧ୍ୟକ୍ଷ ସୁନିଲ ଜାଖଡ ଏହି ସୂଚନା ଦେଇଛନ୍ତି ।
ନୂଆ ଫର୍ମୁଲାରେ ବିଜେପି ୫ ଏବଂ ସିରୋମଣି ଅକାଳି ଦଳ ୮ ସିଟରେ ଲଢ଼ିବାକୁ ପ୍ରସ୍ତାବ ଉପରେ ସହମତି ମିଳିଥିଲା । କିନ୍ତୁ ଅକାଳି ଦଳର ନେତା କହୁଥିଲେ ପ୍ରଥମେ ନିର୍ବାଚନ ହେଇଯାଉ ତା' ପରେ ପଞ୍ଜାବ ଲୋକଙ୍କ ଆବଶ୍ୟକତା ନେଇ ନିଷ୍ପତ୍ତି ନିଆଯିବ ।
ଏହା ସହ ଅକାଳି ଦଳ ବିଜେପି ପାଖରେ ବହୁତ ଗୁଡିଏ ସର୍ତ୍ତ ରଖିଥିଲା । ଯେପରିକି ରାତିରେ NSA ନିୟମ ହଟାଯାଉ । ବନ୍ଦୀ ଥିବା ଶିଖଙ୍କୁ ଛଡ଼ାଯାଉ, ବ୍ୟବସାୟ ପାଇଁ ବର୍ଡର ଖୋଲାଯାଉ, କୃଷକ ଆନ୍ଦୋଳନ ରୋକିବାକୁ MSPର ଗ୍ୟାରେଣ୍ଟି ଦେବା ଇତ୍ୟାଦି ସର୍ତ୍ତ ରଖାଯାଇଥିଲା । ଏଥିରେ ସହମତି ନ ମିଳିବାକୁ ମେଣ୍ଟ ଆଶା ମଉଳିଯାଇଛି । ଏବେ ବିଜେପି ସେଠାରେ ଏକା ଲଢ଼ିବ ବୋଲି ନିଷ୍ପତ୍ତି ନେଇଛି ।












Click it and Unblock the Notifications