ଜମ୍ମୁ କଶ୍ମୀରରେ ଆତଙ୍କୀ ହମଲା: ଯବାନ ସହୀଦ
Encounter in Udhampur: ପହଲଗାମରେ ଦୁଃଖଦ ଆତଙ୍କବାଦୀ ଆକ୍ରମଣର ପରେ ଗୁରୁବାର ୨୪ ଏପ୍ରିଲ ସକାଳେ ଜମ୍ମୁ ଏବଂ କଶ୍ମୀରର ଉଦ୍ଧମପୁର ଜିଲ୍ଲାର ଡୁଡୁ-ବସନ୍ତଗଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ଜଣେ ଯବାନ ସହୀଦ ହୋଇଥିବା ନେଇ ସୂଚନା ରହିଛି । ସାରା ଅଞ୍ଚଳରେ ଜାରି ରହିଛି ସେନାର ସର୍ଚ୍ଚ ଅପରେସନ୍ ।

ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁନୀଲ ବର୍ଟୱାଲ କହିଛନ୍ତି, "ଡୁଡୁ-ବସନ୍ତଗଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଏନକାଉଣ୍ଟର ସମ୍ପର୍କିତ ସମ୍ପୂର୍ଣ୍ଣ ସୂଚନାକୁ ଅପେକ୍ଷା କରାଯାଇଛି। ସୂଚନା ଅନୁଯାୟୀ, ପ୍ରାରମ୍ଭିକ ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଛନ୍ତି।












Click it and Unblock the Notifications