Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପାଇଁ ଭାରତବର୍ଷ ଏକ ବୈଶ୍ୱିକ ମଡେଲ୍ ହେବାକୁ ଯାଉଛି : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଭାରତ ବର୍ଷ ବୈଶ୍ୱିକ ମଡେଲ୍ ହେବାକୁ ଯାଉଛି । ଏସବୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଯୋଗୁଁ ହୋଇପାରୁଛି । ଯେତେବେଳେ ଭାରତ ଚନ୍ଦ୍ରାୟନର ଉପଲବ୍ଧି କରୁଛି, ସୂର୍ଯ୍ୟଅଭିଯାନ କରୁଛି ଭାରତ ସେତେବେଳେ ବୈଶ୍ୱିକ ରାଜନୀତିରେ ନିଜର ସ୍ଥିତିକୁ ଆହୁରି ମଜବୁତ କରୁଛି । ଯାହା140 କୋଟି ଭାରତୀୟଙ୍କ ପାଇଁ ଗୌରବର କ୍ଷଣ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ୱ ଯୋଗୁଁ ଦୁଇଦିନିଆ ଜି-20 ବୈଠକ ସଫଳ ହୋଇଛି I ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବରେ ସମସ୍ତଙ୍କୁ ସାଙ୍ଗରେ ନେଇ ଗୋଟିଏ ପ୍ରସ୍ତାବ ତିଆରି କରିପାରିଛି, ଯାହା ବୈଶ୍ୱିକ ସ୍ତରରେ କମ ଦେଖିବାକୁ ମିଳେ I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ସମାଜର ଗର୍ବ ବଢାଇଛନ୍ତି I ଜି-20 ବୈଠକର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପମରେ ଯେବେ ଅତିଥିଙ୍କୁ ସ୍ୱାଗତ କଲେ ସେ ଜାଗାରେ ଓଡିଶାର କଳା ଓ ସଂସ୍କୃତିର ପରିଚୟ କୋଣାର୍କ ଚକ୍ର ତଳେ ସ୍ୱାଗତ କଲେ, ଏହାଠାରୁ ବଡ ଗୌରବର କଥା କିଛି ଓଡିଶା ପାଇଁ ନହୋଇପାରେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସଫଳତାର ସହ ଜି-20 ର ଅଧିବେଶନ ସମାପ୍ତ ହୋଇଛି । ବିଶ୍ୱର ପ୍ରମୁଖ ଦେଶର ନେତୃତ୍ୱ ଏକାଠୀ ଭାରତକୁ ଆସିଥିଲେ । ଏ ପ୍ରକାର ଆୟୋଜନ ପୂର୍ବରୁ ଭାରତରେ କେବେ ହୋଇନଥିଲା ବୋଲି ବିଶେଷଜ୍ଞମାନଙ୍କ ମତ । ଭାରତରେ ବୈଷୟିକ ମଞ୍ଚ ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏପ୍ରକାର ମଞ୍ଚ କେବେ ଆୟୋଜନ ହୋଇନଥିଲା । ଏସବୁ କେବଳ ପ୍ରଧାନମନ୍ତ୍ରୀଙ୍କ ଦୁରଦୃଷ୍ଟି ଓ ଦକ୍ଷତା ଯୋଗୁ ଏହା ସମ୍ଭବ ହୋଇପାରିଛି । ବିଶ୍ୱରେ ଅନେକ ସମସ୍ୟା ଅଛି, ଅନେକ ମତ ପାର୍ଥକ୍ୟ ଅଛି । ଭାରତ ଏକ ଗଣତାନ୍ତ୍ରିକ ଦେଶ ଭାବରେ ସମସ୍ତଙ୍କୁ ସାଙ୍ଗରେ ନେଇ ବିନା ବିବାଦରେ ଗୋଟିଏ ଘୋଷଣା ପତ୍ର ତିଆରି କରିପାରିଲା ଏହା ଆମ ପାଇଁ ସବୁଠୁ ବଡ ଉପଲବ୍ଧି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

dharmendra_pradhan

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଗୋଟେ ବର୍ଷ ପୂର୍ବରୁ ଯେତେବେଳେ ବୈଠକ ଆରମ୍ଭ ହେଲା ସେବେଠୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ବିଶ୍ୱର ଗରିବ ଦେଶର ଆକଂକ୍ଷାକୁ ବି ଜି-20 ମଞ୍ଚରେ ରଖିବା । ପ୍ରଧାନମନ୍ତ୍ରୀ କହିଥିଲେ ଭାରତ ଯେତେବଳେ ଅଧ୍ୟକ୍ଷତା କରୁଛି ଆମର ଦାୟିତ୍ୱ ଯେ ବସୁଧୈବ କୁଟୁମ୍ବକମ୍ , ଗୋଟିଏ ବିଶ୍ୱ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ' । ତେବେ ଗରିବ ଦେଶର ଆକାଂକ୍ଷା କିପରି ଜି-20 ମଞ୍ଚରେ ରହିବ ତାହା ଆମର ଦାୟିତ୍ୱ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ଯାହା କରି ଦେଖାଇଲେ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ସୁଖର ବିଷୟ ଏହାଯେ କେବଳ ଗ୍ଲୋବାଲ ସାଉଥ୍ ର ଆକଂକ୍ଷା ପ୍ରତିଫଳନ ହେଲାନି ବରଂ ଆଫ୍ରିକୀୟ ଦେଶର ଅଧ୍ୟକ୍ଷଙ୍କୁ ଜି-20 ର ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରାଗଲା । ଏହା ପ୍ରଧାନମନ୍ତ୍ରୀଙ୍କ ସବୁଠୁ ବଡ ଉପଲବ୍ଧି । ଶିକ୍ଷା ସମୂହରେ ଯେଉଁ 4ଟି ୱାର୍କିଂ ଗ୍ରୁପ୍ ରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ଜାଗାରେ ଆଲୋଚନା ହୋଇଥିଲା ଏହା ଉପରେ ବି ଜି-20 ସର୍ବ ସମ୍ମତ ପ୍ରସ୍ତାବ ପାରିତ କରିଛନ୍ତି । ଭାରତର ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କଲେ । ପିଏମ ପୋଷଣ ବିଷୟରେ ଉଲ୍ଲେଖ କଲେ । ଦକ୍ଷତା ବିକାଶ, ପିଏମ କୌଶଳ ବିକାଶ ଯୋଜନା ଓ ଫ୍ୟୁଚର ସ୍କିଲ୍ସ ନେଟୱାର୍କୁ ମଧ୍ୟ ଚର୍ଚ୍ଚା ରେ ଅଣା ଯାଇଥିଲା । ସ୍କିଲ୍ ପାଥ ୱେ ଉପରେ ଚର୍ଚ୍ଚା କଲେ । ଫ୍ୟୁଚର ରେକଗୋନେସନ ଅଫ ଗ୍ଲୋବାଲ୍ କମ୍ପେଟେନସି ଉପରେ ଚର୍ଚ୍ଚା କଲେ । ତାହାସହ ଉଚ୍ଚ ଶିକ୍ଷା ସଂସ୍ଥାନରେ ଇନୋଭେସନାଲ ରିସର୍ଚ୍ଚରେ ଆଲାଏନ୍ସ ବଢୁ , ସମ୍ଭାବନା ବଢୁ, ଏହା ପାଇଁ ବି ବିଭିନ୍ନ ନେଟୱାର୍କ ଥିଲା । ବିଶେଷ କରି ଆମେରିକା ଓ ଭାରତ ସାଙ୍ଗରେ ମିଶି ଗୋଟିଏ ଇନଷ୍ଟିଟ୍ୟୁସପାରିତ ନାଲ ଆରେଞ୍ଜମେଣ୍ଟ କରାଗାଲ । ଗ୍ଲୋବାଲ ଚ୍ୟାଲେଞ୍ଜ ଇନଷ୍ଟିଚ୍ୟୁଟ ତିଆରି କରାଯିବ । ଡିପ୍ ରିସର୍ଚ୍ଚ କରାଯିବ । ସେମିକଣ୍ଟକ୍ଟର, କ୍ରିଟିକାଲ୍ ମିନେରାଲ ଏସବୁ ବିଷୟରେ ରିସର୍ଚଚ୍ କରାଯିବ ଯାହା ଆମ ପାଇଁ ଗୌରବର ବିଷୟ ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ଗ୍ରହଣକରି ଆମ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ମାନବ ସମ୍ବଳର ବିକାଶ ଦିଗରେ ନିବେଶ ଉପରେ ଦିଆଯାଉଥିବା ଗୁରୁତ୍ୱକୁ ଚିହ୍ନଟ କରାଗଲା I ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ବିଦ୍ୟାଳୟର ଭୂମିକା, ଛାତ୍ରଛାତ୍ରୀଙ୍କ ପଞ୍ଜିକରଣକୁ ଗୁରୁତ୍ୱ ଦିଆଯାଇଛି I ଏହା ସହିତ 2030 ପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କୁ ପ୍ରାଥମିକ ଦକ୍ଷତା ସହ ଯୋଡିବା, ଜୀବନ ବ୍ୟାପି ଶିକ୍ଷାକୁ ଆଗକୁ ନେବାସହ ସ୍କିଲିଙ୍ଗ , ରି-ସ୍କିଲିଙ୍ଗ, ଅପ୍ ସ୍କିଲିଙ୍ଗକୁ ମଧ୍ୟ ଏହି ଘୋଷଣା ପାତ୍ରରେ ଗୁରୁତ୍ୱ ଦିଆ ଯାଇଛି I ଭାରତରେ ଏହି ଭିତରେ ଯେଉଁ ଉପଲବ୍ଧି ହୋଇଛି ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର କ୍ରିଏଟ୍ କରାଯାଇଛି । ସ୍ୱୟଂମ ଦିକ୍ଷା ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ କେବଳ ଭାରତ ଭିତରେ ସୀମିତ ହୋଇ ରହିବ ନାହିଁ ବୈଷୟିକ ସ୍ତରକୁ ଯିବ । ଭାରତ ବର୍ଷ ବୈଷୟିକ ମଡେଲ୍ ହେବାକୁ ଯାଉଛି । ଏସବୁ କେବଳ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଯୋଗୁଁ ହୋଇପାରୁଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗର୍ବ ବଢ଼ାଇଲେ। ଓଡ଼ିଆ ସମାଜ ଏବଂ ଓଡ଼ିଆ ସଭ୍ୟତାକୁ ସ୍ବୀକୃତି ଦେଲେ। ଯେତେବେଳେ ପ୍ରଥମ ଦିନ ୯ ତାରିଖରେ ବିଶ୍ବର ନେତୃତ୍ବକୁ ଭାରତ ମଣ୍ଡପରେ ଭେଟିଲେ ଏବଂ ଯେଉଁ ଜାଗାରେ ସ୍ବାଗତ କଲେ ସେ ଜାଗାରେ ସିଏ କୋଣାର୍କ ଚକ୍ର ତଳେ ସମସ୍ତଙ୍କୁ ସ୍ବାଗତ କଲେ ଏହାଠାରୁ ବଡ଼ ଗର୍ବ ଏବଂ ଗୌରବର କଥା ଆଉ କିଛି ନାହିଁ। ସନ୍ଧ୍ୟାବେଳେ ଯେତେବେଳେ ରାତ୍ରିଭୋଜନରେ ଯେତେବେଳେ ଯୋଗ ଦେଲେ ସେତେବେଳେ ତାଙ୍କ ସାଥିରେ ଥିଲେ ଦେଶର ରାଷ୍ଟ୍ରପତି ଓଡ଼ିଆ ଝିଅ ତଥା ଦ୍ରୌପଦୀ ମୁର୍ମୁ । ଏହା ହେଉଛି ଓଡ଼ିଆଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ପ୍ରଧାନମନ୍ତ୍ରୀ ମିଟିଂ ଡାକିଲେ ରାଷ୍ଟ୍ରପତି ଆଉ ସବୁ ଅତିଥିଙ୍କୁ ଆପ୍ୟାୟିତ କଲେ। ଏହା ଦେଖି ସେ ଗର୍ବ ଅନୁଭବ କରିଥିବା କଥା କହିଛନ୍ତି I

କେବଳ ଏତିକି ନୁହେଁ 8 ତାରିଖ ଭୋରରୁ ଯେତେବେଳେ ବିଶ୍ବର ନେତା ମାନେ ଆସୁଥିଲେ ସମ୍ବଲପୁରୀ ଗୀତରେ ସମସ୍ତଙ୍କୁ ସ୍ବାଗତ କରାଯାଉଥିଲା। ଆମେ ସମସ୍ତେ ଏକ ଭିଡିଓ ଦେଖିଛେ ଯେଉଁଥିରେ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡର ଅଧ୍ୟକ୍ଷା ସମ୍ବଲପୁରୀ ଡାଲଖାଇ ଗୀତରେ ନାଚୁଥିଲେ। ଆଉ ଏହି ଦୃଶ୍ୟ ସମସ୍ତଙ୍କୁ ଗର୍ବିତ କରାଇଛି। ଆଉ ଏହା ଓଡ଼ିଶା ଏବଂ ଓଡ଼ିଆବାସୀଙ୍କ ପାଇଁ ଗର୍ବର ବିଷୟ ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+