ଦରିଆ ପାରି ପ୍ରେମ କାହାଣୀ: ମନର ମଣିଷ ପାଇଁ ଛାଡୁଛନ୍ତି ଦେଶ, କେତେବେଳେ ପାକିସ୍ଥାନର ସୀମା ହାଇଦର ତ କେବେ ଭାରତର ଅଞ୍ଜୁ ?

ପ୍ରେମ ଚିରନ୍ତନ, ଶାଶ୍ଵତ । ପ୍ରେମ ମାନେନା ଜାତି, ଧର୍ମ, ରାତି ଦିନ । ପ୍ରେମ ପାଇଁ କେବେ କିଏ କାହାର ଜୀବନ ନେଉଛି ତ କେବେ କିଏ ଜୀବନ ଦେଲାଣି । ଆଉ ପୁଣି ପ୍ରେମ ପାଇଁ କିଏ ଦେଶଛାଡ଼ି ଅନ୍ୟଦେଶକୁ ଗଲାଣି। ଦେଶ ଛାଡ଼ି କିଏ ଭାରତ ଆସୁଛି ତ କିଏ ପାକିସ୍ଥାନ ।

ଏମିତି ଭଲ ପାଉଛନ୍ତି ଯେ ଦେଶ ଉଠୁଛି ଆଉ ପଡୁଛି । ଆଉ ପୁଣି ସେଥିପାଇଁ ଗୁଡେ କିଳା । ପୁରା ସାଙ୍ଘାତିକ। ଏମିତିକି ଜାତୀୟ ତଦନ୍ତକାରୀ ସଂସ୍ଥା ବି ଟେନସନ୍। ଖବରକାଗଜ ବା ଟିଭିରେ ଖାଲି ସୀମା ଆଉ ଅଞ୍ଜୁ ।

ପାକିସ୍ତାନରୁ ଆସିଥିବା ସୀମା ହାଇଦରଙ୍କୁ ନେଇ ଚର୍ଚ୍ଚା ଥମି ନଥିବାବେଳେ ଏବେ ଆଉ ଦୁଇ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ରାଜସ୍ଥାନର ଜଣେ ମହିଳା ଅନଲାଇନରେ ଜଣେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡି, ପାକିସ୍ତାନ ପଳାଇଛନ୍ତି ।

love

ଆଉ ତୃତୀୟ ଘଟଣାଟି ହେଲା, ପ୍ରେମ ପାଇଁ ନିଜର ୬ ବଷୀୟ ଝିଅକୁ ଧରି ପୋଲାଣ୍ଡରୁ ଭାରତ ଆସିଛନ୍ତି ୪୯ ବର୍ଷୀୟ ବାରବାରା ପୋଲାକ । ଯିଏ କି ଝାଡ଼ଖଣ୍ଡ ହଜାରିବାଗର ପୁରୁଷ ବନ୍ଧୁ ଶାଦବ ଅଲ୍ଲୀଙ୍କ ପାଇଁ ଭାରତର ବୋହୂ ସାଜିଛନ୍ତି ।

ସୀମା ହାଇଦରଙ୍କ ପବ୍‌ଜି, ପାକିସ୍ତାନ ଓ ସୀମାପାର୍‌ ପ୍ରେମ କାହାଣୀ ଏବେ ରୋଚକ ମୋଡ଼ । ସୀମା ହାଇଦର ପ୍ରେମିକା ନା ପାକିସ୍ତାନୀ ଏଜେଣ୍ଟ ? ତାହା ଏବେ ସବୁଠୁ ବଡ ପ୍ରଶ୍ନ । କଣ ସତରେ ପ୍ରେମ ପାଇଁ ସାତ ଦରିଆ ପାର ହୋଇ ଆସିଛନ୍ତି ସୀମା ନା ଆଉ କିଛି ତାହା ଏବେ ବଡ ପ୍ରଶ୍ନ ?

love

ପାକିସ୍ତାନ ନ ଯାଇ ଭାରତରେ ରହିବା ସୀମା ହାଇଦରଙ୍କୁ ଜିଦ୍। କହୁଛନ୍ତି ପାକିସ୍ତାନ ଗଲେ ତାଙ୍କୁ କିଏ ମାରି ଦେଇ ପାରେ। ତାଙ୍କ ଜୀବନ ଯାଇପାରେ। ପବଜିରୁ ଭଲ ପାଇଥିବା ସଚିନଙ୍କୁ ସାତ ଜନମର ସାଥୀ କରିବେ ସୀମା ହାଇଦର।

ସେପଟେ ଫେସ୍‌ବୁକ୍‌ ବନ୍ଧୁଙ୍କ ପ୍ରେମରେ ପଡ଼ି ରାଜସ୍ଥାନର ଭିୱାଡ଼ି ଜିଲ୍ଲାରେ ରହୁଥିବା ଅଞ୍ଜୁ ସିଧା ପାକିସ୍ତାନରେ। ଫେସ୍‌ବୁକ ପ୍ରେମିକଙ୍କୁ ଭେଟିବା ପାଇଁ ସେ ପାକିସ୍ତାନରେ ପହଞ୍ଚି ଯାଇଛନ୍ତି। ହେଲେ ସୀମାଙ୍କ ଭଳି ବିନା ଭିସାରେ ସେ ଯାଇ ନାହାନ୍ତି। ପୁରା ୯୦ ଦିନର ଭିସା ନେଇ ପାକିସ୍ତାନ ଯାଇଛନ୍ତି।

ପ୍ରେମୀ ନସ୍‌ରୁଲ୍ଲାହଙ୍କ ସହ ଏବେ ଅଞ୍ଜୁ ପାକିସ୍ତାନର ଖୈବର ପଙ୍ଖତୁନଖ୍ବାରେ ରହିଥିବା ଜଣାପଡ଼ିଛି। ଅଞ୍ଜୁ ବିବାହିତା। ସେ ତାଙ୍କ ସ୍ବାମୀ ଅରବିନ୍ଦଙ୍କୁ କହିଥିଲେ ଯେ କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ଜୟପୁର ଯାଉଛନ୍ତି। ପରେ ଅରବିନ୍ଦ ଜାଣିପାରିଥିଲେ ଯେ ତାଙ୍କ ପତ୍ନୀ ସୀମା ଅତିକ୍ରମ କରି ପାକିସ୍ତାନୀ ପ୍ରେମିକଙ୍କ ପାଖକୁ ପଳାଇଛନ୍ତି।

ତେବେ ସୂଚନା ଅନୁସାରେ, ଭାରତୀୟ ମହିଳା ଅଞ୍ଜୁଙ୍କ ସହ ମୋର କୌଣସି ପ୍ରେମ ସମ୍ପର୍କ ନାହିଁ। ଆମେ ଦୁହେଁ କେବଳ ଭଲ ବନ୍ଧୁ। ଭିସା ଅବଧି ସରିଯିବା ପରେ ପୁଣି ଥରେ ଭାରତ ଫେରିଯିବ ଅଞ୍ଜୁ। ପାକିସ୍ତାନ ପଳାଇଥିବା ଭାରତୀୟ ମହିଳା ଅଞ୍ଜୁଙ୍କ ସମ୍ପର୍କରେ ଏପରି କହିଛନ୍ତି ତାଙ୍କ ପାକିସ୍ତାନ ବନ୍ଧୁ ନସରୁଲ୍ଲା।

ଆଉ ପ୍ରେମ ପାଇଁ ନିଜର ୬ ବଷୀୟ ଝିଅକୁ ଧରି ପୋଲାଣ୍ଡରୁ ଆସିଛନ୍ତି ୪୯ ବର୍ଷୀୟ ବାରବାରା ପୋଲାକ । ଯିଏ କି ଝାଡ଼ଖଣ୍ଡ ହଜାରିବାଗର ପୁରୁଷ ବନ୍ଧୁ ଶାଦବ ଅଲ୍ଲୀଙ୍କ ପାଇଁ ଭାରତର ବୋହୂ ସାଜିଛନ୍ତି । ତେବେ ବାରବାରା ଏକ ଟୁରିଷ୍ଟ ଭିସା ନେଇ ଭାରତ ଆସିଛନ୍ତି ଯାହା ୨୦୨୭ ପର୍ଯ୍ୟନ୍ତ ବୈଧ ରହିଛି ।

ଭାରତର ବୋହୂ ହେବା ପାଇଁ ଜଣେ ପାକିସ୍ଥାନ ଛାଡ଼ି ଆସିଥିବା ବେଳେ ଆଉ ଜଣେ ପାକିସ୍ତାନରେ ପହଞ୍ଚିଲାଣି । ଆଜ୍ଞା ହଁ ସତରେ ପ୍ରେମ ଆଉ ଜମା ବୋଲ ମାନୁନି। ପୁରା ଦରିଆ ପାରି ହେଲାଣି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+