ସୁସ୍ଥ ହୋଇ ମେଡିକାଲରୁ ବାହାରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ
ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରୁ ବାହାରିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। ଡାକ୍ତରଙ୍କ ପରାମର୍ଶ ପରେ ଡିସଚାର୍ଜ କରାଯାଇଛି । ଗତ ୧୯ ତାରିଖରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ସଂସଦ ପରିସରରେ ଠେଲାପେଲାରେ ଆହତ ହୋଇଥିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସଂସଦ ଭବନ ସିଡ଼ି ଚଢିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଠେଲି ଦେଇଥିବା ପ୍ରତାପ ଅଭିଯୋଗ କରିଥିଲେ ।
ସୂଚନା ଅନୁଯାୟୀ ସଂସଦ ଭବନରେ କଂଗ୍ରେସ ନେତାଙ୍କ ଠେଲା ପେଲା ମଧ୍ୟରେ ଆହତ ହୋଇଥିଲେ ପ୍ରତାପ ଷଡ଼ଙ୍ଗୀ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସହ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ତାଙ୍କୁ ୧୯ ତାରିଖ ଦିନ ଭର୍ତ୍ତି କରାଯାଇଥିଲା ।
ଏଥିସହ ସାଂସଦ ପ୍ରତାପ ଷଡଙ୍ଗୀ କହିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେବାରୁ ସଂପୃକ୍ତ ସାଂସଦ ତାଙ୍କ ଉପରେ ପଡ଼ି ଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସଂସଦ ପରିସରରେ କଂଗ୍ରେସ ପାର୍ଟିରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏହି ଅଘଟଣ ଘଟିଥିଲା ।












Click it and Unblock the Notifications