ରଶ୍ମିକା, କ୍ୟାଟ୍ରିନାଙ୍କ ପରେ ଏବେ ସାରା ତେନ୍ଦୁଲକରଙ୍କ AI ଫଟୋ ହେଲା ଭାଇରାଲ
Sara Tendulkar Viral AI Photo: ଅନେକ ବଲିଉଡ ଅଭିନେତ୍ରୀଙ୍କ ଫଟୋ ଏବଂ ଭିଡିଓ ଏବେ ଡିଫଫେକ୍ ଟେକ୍ନୋଲୋଜିର ଶିକାର ହେଉଛନ୍ତି । ନିକଟରେ ରଶ୍ମିକା ମନ୍ଦନାଙ୍କ ଏକ ନକଲି ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ଟାଇଗର 3 ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ଏହି ଜାଲରେ ଫସି ଯାଇଥିଲେ । ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡି ହୋଇଯାଇଛି । ଆଜ୍ଞା ହିଁ ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଫଟୋ ଏବେ ଇଡିଟ୍ କରାଯାଛି । ସାରାଙ୍କ ଏକ ନକଲି ଫଟୋସପ୍ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ସାରା ତେନ୍ଦୁଲକର ତାଙ୍କ ଗୁଜବ ପ୍ରେମିକା ତଥା ଭାରତୀୟ କ୍ରିକେଟର ଶୁଭମାନ ଗିଲଙ୍କ ବେକରେ ହାତ ପକାଇ ଛି଼ଡା ହୋଇଥିବାର ଦେଖିବା ପାଇଁ ମିଳୁଛି । ଧୋନି ପୋପା ନାମକ ଜଣେ ଉପଭୋକ୍ତା ଏହି ଫଟୋ ସେୟାର କରିଛନ୍ତି। ଏଥିସହ ଏହାର କ୍ୟାପସନରେ ଲେଖା ଅଛି - 'ସାରା ନିଶ୍ଚିତ କରିଛନ୍ତି ଯେ ସେ ଶୁଭମାନ ଗିଲଙ୍କୁ ଡେଟ କରୁଛନ୍ତି'।

ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଏହି ଫଟୋ ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି । ତେବେ ଅନ୍ୟ ଜଣେ ଉପଭୋକ୍ତା ଏହି ଫେକ୍ ଫଟୋର ସତ୍ୱତା ବଖାଣିଛନ୍ତି । ସେ କମେଣ୍ଟରେ ସାରାଙ୍କ ପ୍ରକୃତ ଫୋଟ ସେୟାର କରିଛନ୍ତି ଯେଉଁଥିରେ ସାରା ଶୁଭମାନ ନୁହେଁ ବରଂ ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକରଙ୍କ ସହ ଛିଡା ହୋଇଥିବାର ଦେଖିବାକୁ ମିଳୁଛି ।
ସାରା ନିଜେ ଭାଇ ଅର୍ଜୁନଙ୍କ 24 ତମ ଜନ୍ମଦିନରେ ଇନଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରିଥିଲେ । ପ୍ରକୃତ ଫଟୋରେ ଅର୍ଜୁନ ଏକ ଚେୟାରରେ ବସିଛନ୍ତି ଏବଂ ସାରା ତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସାରା ତାଙ୍କ ଭାଇଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ।
ସେହିପରି ସାରା ଅଲି ଖାନଙ୍କ ନାମ ଶୁଭମାନ ଗିଲ ସହିତ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି । ଅନେକ ଥର ଉଭୟଙ୍କୁ ଏକାଠି ଦେଖିବା ପାଇଁ ମିଳିଛି । ଅନ୍ୟପକ୍ଷରେ ଏପରି ନକଲି ଭିଡିଓ ଏବଂ ଲୋକଙ୍କ ଫଟୋ ତିଆରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବଲିଉଡର ଅନେକ ସେଲିବ୍ରେଟ୍ ମଧ୍ୟ ସ୍ୱର ଉତ୍ତୋଳନ କରିଛନ୍ତି। ଏହି ତାଲିକାରେ ଅମିତାଭ ବଚ୍ଚନଙ୍କ ନାମ ମଧ୍ୟ ସାମିଲ ଅଛି । ଶ୍ମିକାଙ୍କ ନକଲି ଭିଡିଓ ପରେ ଅନେକ ସେଲିବ୍ରିଟମାନେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।












Click it and Unblock the Notifications