ଲାଟେରାଲ ଏଣ୍ଟ୍ରୀ ନେଇ ସରକାରଙ୍କୁ ରାହୁଲଙ୍କ ବିରୋଧ ଉପରେ ପ୍ରତିକ୍ରିୟା ରଖିଲେ ଅଶ୍ୱିନୀ ବୈଷ୍ଣବ
ୟୁନିୟନ ପବ୍ଲିକ ସିର୍ଭସ କମିଶନ(ୟୁପିଏସ୍ସି) ଗୋଟିଏ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ ଦକ୍ଷ ଓ ଅନୁପ୍ରାଣିତ ଭାରତୀୟ ନାଗରିକମାନେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବରିଷ୍ଠ ପ୍ରଶାସନିକ ପଦପବଦୀରେ ଲାଟେରାଲ ନିଯୁକ୍ତି ପାଇଁ ଦରଖାସ୍ତ ଦେଇ ପାରିବେ। ଯୁଗ୍ମ ସଚିବ, ନିର୍ଦ୍ଦେଶକ ଓ ଉପ ସଚିବ ଭାବେ ୨୪ଟି ମନ୍ତ୍ରଣାଳୟରେ ସେମାନଙ୍କୁ ଲାଟେରାଲ ଏଣ୍ଟ୍ରୀ ପ୍ରକ୍ରିୟାରେ ନିଯୁକ୍ତି ମିଳିବ। ଏନେଇ ୪୫ଟି ପଦ ଖାଲି ରହିଛି
ଲୋକସଭାରେ କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ Lateral Entry ଯୋଜନା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଏହାକୁ ବାହୁଜନ ସମ୍ପ୍ରଦାୟର ସଂରକ୍ଷଣକୁ ଛଡ଼ାଇ ନେବା ପ୍ରକ୍ରିୟା ବୋଲି କହିଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ବିଜେପି ଏହା ମାଧ୍ୟମରେ ସମ୍ବିଧାନକୁ ନଷ୍ଟ କରିବାକୁ ଚାହୁଁଛି। କଂଗ୍ରେସ ବ୍ୟତୀତ ବିଏସପି ଏବଂ ସମାଜବାଦୀ ପାର୍ଟି ମଧ୍ୟ ଏହାକୁ ବିରୋଧ କରିଛନ୍ତି।

ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏସ୍ସ ଏକ ପୋଷ୍ଟରେ ଲେଖିଛନ୍ତି, ଲାଟେରାଲ୍ ଏଣ୍ଟ୍ରି ହେଉଛି ଦଳିତ, ଓବିସି ଏବଂ ଆଦିବାସୀଙ୍କ ଉପରେ ଆକ୍ରମଣ। ଯେହେତୁ କେନ୍ଦ୍ର ସରକାର ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ସରକାରୀ କର୍ମଚାରୀ ନିଯୁକ୍ତି ଯୋଜନା ପ୍ରସ୍ତୁତ କରିଆସୁଛନ୍ତି, କଂଗ୍ରେସ ଏହାକୁ ସମ୍ପୂର୍ଣ୍ଣ ସାମ୍ବିଧାନିକ ବିରୋଧୀ ବୋଲି କହିଛି। ରାହୁଲ ମଧ୍ୟ ସରକାରଙ୍କ ଏହି ପଦକ୍ଷେପକୁ ଜାତୀୟ ବିରୋଧୀ ପଦକ୍ଷେପ ବୋଲି କହିଛନ୍ତି।
ତେବେ ବିଜେପି ଏହାକୁ କାଉଣ୍ଟ କରି ଲାଟେରାଲ ଏଣ୍ଟ୍ରୀ ବ୍ୟବସ୍ଥା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମୟରେ ହୋଇଥିଲା ବୋଲି କହିଛି। ଦଳ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କଂଗ୍ରେସ ନେତା ବୀରାପ୍ପା ମୋଇଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଦ୍ୱିତୀୟ ଏଆରସି ହିଁ ଲାଟେରାଲ ଏଣ୍ଟ୍ରୀ ପାଇଁ ପ୍ରସ୍ତାବ ଦେଇଥିଲା। ବର୍ତ୍ତମାନ ହେଉଥିବା ଲାଟେରାଲ ଏଣ୍ଟ୍ରୀରେ ସଂପୂର୍ଣ୍ଣ ସ୍ୱଚ୍ଛତା ରହିଛି ଓ ଏହାକୁ ୟୁପିଏସସି ପରିଚାଳନା କରୁଛି। ଏହି ପ୍ରକ୍ରିୟା ଦ୍ୱାରା ଦକ୍ଷ ଓ ବିଶେଷଜ୍ଞମାନେ ସରକାରଙ୍କ ଉତ୍ତମ ନୀତି ପ୍ରଣୟନରେ ସାମିଲ ହୋଇପାରିବେ ବୋଲି ସେ କହିଛନ୍ତି।












Click it and Unblock the Notifications