ପୁଟିନଙ୍କ ପରେ ଏହି ଦେଶର ରାଷ୍ଟ୍ରପତି ଭାରତ ଆସିବାକୁ ପଠାଇଲେ ପ୍ରସ୍ତାବ, ଏମିତି କହିଲା ଭାରତ

ବିଶ୍ୱ ରାଜନୀତିରେ କେବେ କେବେ ଏପରି କ୍ଷଣ ଆସେ ଯାହା କେବଳ ସମ୍ବାଦପତ୍ରର ଶିରୋନାମା ହୁଏନି ବରଂ ବୈଶ୍ୱିକ ଶକ୍ତି ସନ୍ତୁଳନର ଦିଗକୁ ବଦଳାଇ ଦେଇଥାଏ। ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ନିକଟରେ ଶେଷ ହୋଇଥିବା ଭାରତ ଗସ୍ତ ଏବେ ବୈଶ୍ୱିକ କୁଟନୀତିରେ ଏବେ ଏପରି ପରିବର୍ତ୍ତନର ସଂକେତ ଦେଇଛି ଯାହାକୁ ବିଶ୍ୱାସ ବି କରି ହେଉନି। ପୁଟିନଙ୍କ ଗସ୍ତ ସରିବା ପରେ ଆମେରିକା ଓ ପାଶ୍ଚାତ୍ୟ ଦେଶରେ ଏବେ ଜୋରଦାର ଉଠାପକା ଆରମ୍ଭ ହୋଇଯାଇଛି, ଯେଉଁଥି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି ଯାହା କେହି ବିଶ୍ୱାସ ବି କରିପାରୁ ନାହାନ୍ତି। ସେ ଭାରତ ଗସ୍ତ ପାଇଁ ଅଧିକାରୀକ ପ୍ରସ୍ତାବ ଦେଇଛନ୍ତି।

After Putin

ଇଏ ସେହି ଡୋନାଲ୍ଡ ଟ୍ରମ୍ପ ଯିଏ ୭୨ ଘଣ୍ଟା ପୂର୍ବରୁ ଭାରତ ଉପରେ ନୂଆ ଟାରିଫି ଲାଗୁ କରିବା, ଭାରତୀୟ କମ୍ପାନୀ ଉପରେ କଟକଣା ବଢାଇବାର ଧମକ ଦେଉଥିଲେ। ହେଲେ ନିକଟରେ ପୁଟିନଙ୍କ ଭାରତ ଗସ୍ତ ପରେ ବୈଶ୍ୱିକ ପରିସ୍ଥିତିରେ ଦ୍ରୁତ ପରିବର୍ତ୍ତନ ହୋଇଥିବା ବେଳେ ଟ୍ରମ୍ପ ପ୍ରଶାସନ ଭାରତ ଲାଗି ନୀତିରେ ବଡ଼ ୟୁ-ଟର୍ଣ୍ଣ ନେଇଛି। ଏକ ରିପୋର୍ଟ ଅନୁସାରେ ହ୍ୱାଇଟ୍ ହାଉସ୍ ଭାରତ ସରକାରଙ୍କୁ ରାଷ୍ଟ୍ରପତିଙ୍କ ଅଧିକାରୀକ ଯାତ୍ରା ପ୍ରସ୍ତାବ ପଠାଇଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଭାରତ ସହିତ ଉତ୍ତେଜନା ସମାପ୍ତ କରିବା ଓ ନିଜ ସମ୍ପର୍କକୁ ନୂଆ ସ୍ତରକୁ ନେଇଯିବାକୁ ଆମେରିକା ଏବେ ଉତ୍ସାହୀ।

ଭାରତ ଏହି ପ୍ରସ୍ତାବକୁ ସ୍ୱାଗତ ତ କରିଛି ହେଲେ ସ୍ପଷ୍ଟ କରିଛି ସମ୍ପର୍କ ଏବେ ବରାବରି ଆଧାରରେ ଆଗକୁ ବଢିବ। ଏଥିପାଇଁ ଆମେରିକା ଆଗରେ ୪ଟି ସର୍ତ୍ତ ରଖିଛି ଭାରତ। ଯେଉଁଥିରେ ପ୍ରଥମ ସର୍ତ୍ତ ହେଉଛି ଭାରତ ଉପରେ ଜାରି ହୋଇଥିବା ସବୁ ଟାରିଫ ହଟାଇବା। ଦ୍ୱିତୀୟ ସର୍ତ୍ତରେ ଭାରତୀୟ କମ୍ପାନୀଙ୍କ ଉପରେ ଜାରି କଟକଣା ଯଥାଶୀଘ୍ର ହଟାଇବା, ତୃତୀୟ ସର୍ତ୍ତରେ ଭାରତ ଉପରେ ଡଲାରରେ ବାଣିଜ୍ୟ କରିବାର ଚାପ ସମାପ୍ତ କରିବା ଓ ଚତୁର୍ଥ ତଥା ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତା ଓ ଭିଟୋ ପାୱାର ପାଇଁ ଆମରିକା ଲିଖିତ ସମର୍ଥନ ଦେଉ।

ଏହି ସବୁ ସର୍ତ୍ତକୁ ନେଇ ପ୍ରଥମେ ମନେ କରାଯାଉଥିଲା ଆମେରିକା ଏହାକୁ ମାନିବ ନାହିଁ। ହେଲେ ଟ୍ରମ୍ପ ପ୍ରଶାସନ ଭାରତର ସବୁ ସର୍ତ୍ତରେ ସହମତି ଦେଇ ବିଶ୍ୱକୁ ଚକିତ କରିଦେଇଛି। ଏଥି ମଧ୍ୟରେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ଟ୍ରମ୍ପ ପ୍ରଶାସନ ଭାରତୀୟ ସିପିଂ କମ୍ପାନୀଙ୍କ ଉପରେ ଜାରି କରିଥିବା କଟକଣା ସମାପ୍ତ କରିବାକୁ ୭୨ ଘଣ୍ଟା ସମୟ ମାଗିଥିଲା, ହେଲେ ଏହି କାମକୁ ମାତ୍ର ୪୨ ଘଣ୍ଟାରେ ପୁରା କରିଦେଇଛି।

ଆମେରିକା ଓ ଭାରତ ସମ୍ପର୍କରେ ହୋଇଥିବା ଏହି ସୁଧାର ୟୁରୋପୀୟ ଦେଶମାନଙ୍କରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ୟୁରୋପୀୟ ଦେଶମାନେ ଗତ କିଛି ସପ୍ତାହ ହେଲା ଯୋଜନା କରୁଥିଲେ ଯଦି ଆମେରିକା ଭାରତ ଉପରେ କୌଣସି ନୂଆ କଟକଣା ଲଗାଏ ଏହାକୁ ସେମାନେ ମଧ୍ୟ ଜୋରଦାର ସମର୍ଥନ କରିବେ ଓ ଭାରତକୁ ଦବାଇବାକୁ ଉଦ୍ୟମ କରିବେ। ହେଲେ ଟ୍ରମ୍ପ ଙ୍କ ଅପ୍ରତ୍ୟାସିତ ନିଷ୍ପତ୍ତି ସେମାନଙ୍କ ପୁରା ରଣନୀତିକୁ ଓଲଟାଇ ଦେଇଛି।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ ଟ୍ରମ୍ପ ସମ୍ଭବତଃ ୨୧ ଡିସେମ୍ବର ୨୦୨୫ରେ ଭାରତ ଗସ୍ତରେ ଆସି ପାରନ୍ତି। ଏହାକୁ 'ଏକ୍ସପ୍ରେସ୍ ଡିପ୍ଲୋମାଟିକ ମିସନ' କୁହାଯାଉଛି। କାରଣ ଏହି ଯାତ୍ରା ତରବରିଆ ଭାବେ ପ୍ଲାନ କରାଯାଇଛି। ଏଥି ମଧ୍ୟରେ ଋଷିଆ ସହ ଭାରତର ସମ୍ପର୍କ ଆହୁରି ମଜଭୁତ ହୋଇ ନ ଯାଉ ଆମେରିକା ଡରୁଛି। ଏହି ଘଟଣା ବିଶ୍ୱ ରାଜନୀତିକୁ ସ୍ପଷ୍ଟ ସଂକେତ ଦେଉଛି ଭାରତ ଏବେ ଆଉ କାହାର ଚାପରେ ଆସିବ ନାହିଁ। ଭାରତ ଏବେ ନିଜ ସର୍ତ୍ତରେ ସମ୍ପର୍କ ରଖିବ ଓ ଏହାକୁ ନିର୍ବାହ କରିବ। ଭାରତର ଆର୍ଥିକ ଦୃଢତା, ଯୁବ ଜନସଂଖ୍ୟା, ବୈଷୟିକ କ୍ଷମତା ଓ ସର୍ବୋପରି ସାମରିକ ଶକ୍ତି ଭାରତକୁ ନେଇ ସେହି ସ୍ଥାନରେ ଛିଡା କରିଛି ଯେଉଁଠି ପୁରା ବିଶ୍ୱ ଭାରତର ନିଷ୍ପତ୍ତିକୁ ଅପେକ୍ଷା କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+