ମତଦାନ ପରେ ମା ସୋନିଆଙ୍କ ସହ ସେଲଫି ନେଲେ ରାହୁଲ

୨୦୨୪ ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭ଟି ଲୋକ ସଭା ଆସନରେ ମତଦାନ ଚାଲିଛି। ଏହି ସମୟରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି।

rahul gandhi

ତେବେ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏମଂ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା। ମାଆଙ୍କ ସହ ଭୋଟ ଦେବାକୁ ଯାଇଥିବା ରାହୁଲ ସେଠାରେ ସୋନିଆଙ୍କ ସହ ସେଲଫି ନେଇଥିବା ଦେଖାଯାଇଥିଲା। ଏବେ ଏହି ସେଲଫି ଫଟୋ ଓ ଏହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଏଥର ଦିଲ୍ଲୀ ଯୁଦ୍ଧରେ ଭାଜପା ଆମ ଆଦମୀ ପାର୍ଟି ଏବଂ 'ଇଣ୍ଡିଆ' ମିଳିତ ମଞ୍ଚରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଦିଲ୍ଲୀରେ ଗତ ଦୁଇଟି ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାଧାନ୍ୟ ବିସ୍ତାର କରିଛି। ଉଭୟ ୨୦୧୪ ଏବଂ ୨୦୧୯ ଲୋକ ସଭା ନିର୍ବାଚନରେ ଭାଜପା ସମସ୍ତ ୭ଟି ଆସନ ଜିତିଥିଲା, ଏହି କାରଣରୁ ସମସ୍ତ ୭ଟି ଆସନ ଜିତିବା ଭାଜପା ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। ଏଥର ମଧ୍ୟ ଭାଜପା ସମସ୍ତ ଆସନରେ ପ୍ରାର୍ଥୀ ଦେଇଛି। କଂଗ୍ରେସ ୩ଟି ଆସନରେ ପ୍ରାର୍ଥୀ କରିଥିବାବେଳେ ଆମ ଆଦମୀ ପାର୍ଟି ୪ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+