Get Updates
Get notified of breaking news, exclusive insights, and must-see stories!

ପାଲେଷ୍ଟାଇନ୍‌ ପରେ ବାଂଲାଦେଶୀ ବ୍ୟାଗ୍‌

ନୂଆଦିଲ୍ଲୀ: ଗତକାଲି ସଂସଦକୁ ପାଲେଷ୍ଟାଇନ୍ ବ୍ୟାଗ୍ ଧରି ଯାଇ ଚର୍ଚ୍ଚାରେ ରହିଥିବା କଂଗ୍ରେସ ନେତ୍ରୀ ତଥା ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଆଜି ବାଂଲାଦେଶୀ ବ୍ୟାଗ୍ ଧରିଥିବାର ନଜର ଆସିଛନ୍ତି। ସେହି ବ୍ୟାଗ୍‌ରେ ଲେଖାଯାଇଛି ''ଆମେ ବାଂଲାଦେଶର ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନଙ୍କ ସହ ଛିଡା ହୋଇଛୁ''। କାନ୍ଧରେ ଥିବା 'ବାଂଲାଦେଶ' ବ୍ୟାଗକୁ ନେଇ ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ସଂସଦ ପରିସରରେ ବାଂଲାଦେଶରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଥିବା ଦେଖିବାକୁ ମିଳିଛି।

ସୂଚନା ଯୋଗ୍ୟ ଯେ, ଗତକାଲି ପ୍ରିୟଙ୍କା ଗାନ୍ଧି ଭଦ୍ରା ପାଲେଷ୍ଟାଇନ ଲେଖାଥିବା ଗୋଟିଏ ବ୍ୟାଗ ଧରି ସଂସଦରେ ପହଞ୍ଚିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛି ବିଜେପି। ବ୍ୟାଗରେ ପାଲେଷ୍ଟାଇନର ଚିହ୍ନ ରହିବା ସହ ତରଭୁଜର ଚିତ୍ର ରହିଛି। ତରଭୁଜକୁ ସବୁବେଳେ ପାଲେଷ୍ଟାଇନ ସହ ସହାନୁଭୂତି ପାଇଁ ବ୍ୟବହାର କରାଯାଏ।

After Palestine bag Priyanka Gandhi carries stand with Bangladesh bag

ବିଜେପି ଏହାକୁ ତୁଷ୍ଟୀକରଣ ପାଇଁ ଉଦ୍ୟମ ବୋଲି କହି ତାଚ୍ଛଲ୍ୟ କରିଥିବା ବେଳେ ଏହାର ଜବାବ ପ୍ରିୟଙ୍କା ଗାନ୍ଧି ଦେଇଛନ୍ତି। ଏହାକୁ ସେ ପାରମ୍ପରିକ ପୁରୁଷବାଦ ବୋଲି କହିବା ସହ ସେ ନିଜ ଇଚ୍ଛାରେ ଯେକୌଣସି ଜିନିଷ ବ୍ୟବହାର କରିପାରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ "ମୁଁ ପୁରୁଷବାଦର ସବସ୍କ୍ରାଇବ ନୁହେଁ। ମୁଁ ଯାହା ଚାହିଁବି, ତା'କୁ ପରିଧାନ କରିପାରିବି।"

ପାଲେଷ୍ଟାଇନ ବ୍ୟାଗ ଧରି ପ୍ରିୟଙ୍କା ସଂସଦ ଯାଉଥିବା ବେଳର ଛବିକୁ କଂଗ୍ରେସ ପକ୍ଷରୁ ବହୁମାତ୍ରାରେ ଶେୟାର କରାଯାଇଛି। ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧି ପାଲେଷ୍ଟାଇନ ଦୂତାବାସର ଅଧିକାରୀଙ୍କୁ ଭେଟିବା ବେଳେ କଳା ଓ ଧଳା ରଙ୍ଗର ପାରମ୍ପରିକ ପାଲେଷ୍ଟାଇନ ହେଡସ୍କାର୍ଫ ପରିଧାନ କରିଥିଲେ। ଏବେ ସେ ପାଲେଷ୍ଟାଇନ ସପକ୍ଷରେ ବ୍ୟାଗ ଧରି ସଂସଦକୁ ଯାଇଛନ୍ତି।

କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ କହିଛନ୍ତି, "ପ୍ରିୟଙ୍କା ଗାନ୍ଧି ପାଲେଷ୍ଟାଇନ ସପକ୍ଷରେ ରହିଥିବାରୁ ସ୍ୱତନ୍ତ୍ର ବ୍ୟାଗ ଧରିଛନ୍ତି। ମାନବିକତା ଓ ନ୍ୟାୟ ପାଇଁ ପ୍ରତିଶ୍ରୁତିର ଝଲକ ଏଥିରୁ ପ୍ରମାଣିତ ହେଉଛି। ସେ ସ୍ପଷ୍ଟ ଭାବେ ସଙ୍କେତ ଦେଇଛନ୍ତି ଯେ କେହି ବି ଜେନେଭା ଚୁକ୍ତିକୁ ଉଲ୍ଲଙ୍ଘନ କରିପାରିବେ ନାହିଁ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+