PAK ସେନା ମୁଖ୍ୟଙ୍କ ପରେ ବିଲାୱାଲ ଭୁଟ୍ଟୋଙ୍କ ପରିବାର ମଧ୍ୟ ଛାଡିଲେ ପାକିସ୍ତାନ
ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରି ଏବଂ ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାକୁ ନେଇ ପଡ଼ୋଶୀ ଦେଶରେ ଚହଳ ସୃଷ୍ଟି ହୋଇଛି । ବର୍ତ୍ତମାନ ପାକିସ୍ତାନବାସିନ୍ଦା ଭୟରେ ଦିନ କାଟୁଛନ୍ତି । ଏପରିକି ଅନେକ ଲୋକ ଏବେ ଦେଶ ଛାଡିବା ଆରମ୍ଭ କରି ଦେଇଛନ୍ତି ।
ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ପରିବାର ନିକଟରେ ଦେଶ ଛାଡି ଚାଲିଯାଇଥିଲା ବର୍ତ୍ତମାନ ଖବର ରହିଛି ଯେ, ପିପିପି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋଙ୍କ ପରିବାର ପାକିସ୍ତାନ ଛାଡି କାନାଡା ପଳାଇ ଯାଇଛନ୍ତି। ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ, କ୍ରୋଧିତ ବିଲାୱାଲ ଧମକ ଦେଇଥିଲେ ଯେ ଯଦି ପାକିସ୍ତାନର ପାଣି ବନ୍ଦ କରାଯାଏ, ତେବେ ରକ୍ତର ନଦୀ ବହିବ । ଏହି ଧମକର ଗୋଟିଏ ଦିନ ପରେ, ଖବର ଆସୁଛି ଯେ ତାଙ୍କ ପରିବାରର ସଦସ୍ୟ ବଖତାୱର ଭୁଟ୍ଟୋ ଏବଂ ଆସିଫା ଭୁଟ୍ଟୋ ରବିବାର ୨୭ ଏପ୍ରିଲ୍, ୨୦୨୫ ପାକିସ୍ତାନ ଛାଡି କାନାଡା ପଳାଇ ଯାଇଛନ୍ତି ।

ବର୍ତ୍ତମାନ ପାକିସ୍ତାନ ଭିତରେ ଏକ ଭୟ ଅଛି ଯେ ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ। ଏପରି ପରିସ୍ଥିତିରେ ତାଙ୍କ ସେନାର ମନୋବଳ ମଧ୍ୟ ହ୍ରାସ ପାଇଛି ଏବଂ ଅନେକ ଅଧିକାରୀ ସେମାନଙ୍କ ପରିବାରକୁ ବିଦେଶ ପଠାଇ ଦେଇଛନ୍ତି। ଏଥିରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ମଧ୍ୟ ସାମିଲ ଅଛନ୍ତି। ଏହି ଲୋକମାନେ ଏକ ଘରୋଇ ଜେଟ୍ ମାଧ୍ୟମରେ ସେମାନଙ୍କ ପରିବାରକୁ ବ୍ରିଟେନ ଏବଂ ନ୍ୟୁ ଜର୍ସି ପଠାଇଥିବା ନେଇ ସୂଚନା ରହିଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ସାରା ଦେଶରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧର ପରିବେଶ ରହିଛି ଏବଂ ଦେଶବାସୀ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ପ୍ରତିଶୋଧ ନେବାକୁ ଦାବି କରୁଛନ୍ତି। ଦେଶର ସମସ୍ତ ରାଜନୈତିକ ଦଳ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କ ସହିତ ଛିଡ଼ା ହୋଇଛନ୍ତି। ବିରୋଧୀ ଦଳ କହୁଛି ଯେ ସରକାର ଯେକୌଣସି ପଦକ୍ଷେପ ନେଉ, ବିରୋଧୀ ଦଳ ତାଙ୍କ ସହିତ ଅଛି।












Click it and Unblock the Notifications