ମମତାଙ୍କ ଘୋଷଣା ପରେ କଂଗ୍ରେସ ନେତା ଇଣ୍ଡିଆ ଗଠବନ୍ଧନକୁ କହିଲେ....
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସଭାପତି ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ସେ ଏକାକି ରାଜ୍ୟରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ତାଙ୍କ ଘୋଷଣା ଉପରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ' ଲମ୍ବା ଯାତ୍ରାରେ ସ୍ପିଡ୍ ବ୍ରେକର୍ସ' ଆସିଥାଏ । ଅନ୍ୟପଟେ ଉତ୍ତର ପ୍ରଦେଶର କଂଗ୍ରେସ ନେତା ପ୍ରମୋଦ କୃଷ୍ଣ ନିଜେ ଇଣ୍ଡିଆ ଆଲାଏନ୍ସ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଇଣ୍ଡିଆ ଆଲାଇନ୍ସକୁ ଏକ ବିବାଦ ବୋଲି ବର୍ଣ୍ଣନା କରି କଂଗ୍ରେସ ନେତା ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରି କହିଛନ୍ତି । ବର୍ତ୍ତମାନ ଆଉ କିଛି "ଦଳ" ମଧ୍ୟ ଇଣ୍ଡିଆ ଗଠବନ୍ଧନରୁ ବାହାରିବେ । କେହି ବି ବିବାଦରେ ଫସି ରହିବାକୁ ଚାହାଁନ୍ତି ନାହିଁ । ଏଥି ସହ ମମତା ବାନାର୍ଜି କହିଛନ୍ତି ଯେ, ସେ ଆସନ୍ତା ଲୋକସଭା ନିର୍ବାଚନରେ ରାଜ୍ୟରେ ଆସନ ବୁଝାମଣାକୁ ନେଇ କଂଗ୍ରେସର କୌଣସି ନେତାଙ୍କ ସହ ଆଳାଚନା କରିନାହାନ୍ତି ।

ଆଉ ତାଙ୍କର ଏଭଳି ମନ୍ତବ୍ୟ ଏଭଳି ସମୟରେ ଆସିଛି କି ଯେତେବେଳେ କି ଗୋଟିଏ ଦିନ ପୂର୍ବରୁ କଂ;ଗ୍ର୦ସ ନେତା ରାହୁଲ ଗାନ୍ଧି ଆସାମରେ କହିଥିଲେ ଯେ, ଆସନ ବୁଝାମଣାନେଇ ଟିଏମସି ସହିତ ଆଲୋଚନା ହେଉଛି । ସେ କହିଛନ୍ତି, 'କଂଗ୍ରେସ ନିଜେ ୩୦୦ ଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ । ଆଞ୍ଚଳିକ ଦଳଗୁଡିକ ମିଳିତ ହୋଇ ଅବଶିଷ୍ଟ ଆସନଗୁଡିକ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ । ତଥାପି, ଆମେ ସେମାନଙ୍କ (କଂଗ୍ରେସ) ର କୌଣସି ହସ୍ତକ୍ଷେପକୁ ବରଦାସ୍ତ କରିବୁ ନାହିଁ । 'ଟିଏମସି, କଂଗ୍ରେସ, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ) ୨୮ ବିରୋଧୀ ଦଳର ମିଳିତ ମଞ୍ଚ' ଇଣ୍ଡିଆ ଆଲାଏନ୍ସର ରହିଛି ଅଂଶ ।
ଅନ୍ୟପକ୍ଷରେ, ବାନାର୍ଜୀଙ୍କ ବିବୃତ୍ତିରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, "ମମତା ବାନାର୍ଜୀଙ୍କ ସମ୍ପୂର୍ଣ୍ଣ ବିବୃତ୍ତି ହେଉଛି ଯେ ଆମେ ବିଜେପିକୁ ପରାସ୍ତ କରିବାକୁ ଚାହୁଁଛୁ । ଏହା ଏକ ଦୀର୍ଘ ଯାତ୍ରା । ବେଳେବେଳେ ସ୍ପିଡ ବ୍ରେକର୍ ରାସ୍ତାରେ ଆସେ, ବେଳେବେଳେ" ସବୁଜ ଆଲୋକ ଆସେ । ତୃଣମୂଳ କଂଗ୍ରେସ ହେଉଛି ଇଣ୍ଡିଆ ମିଳିତ ମଞ୍ଚର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ମମତା ବାନାର୍ଜୀଙ୍କ ବିନା ଆମେ ଇଣ୍ଡିଆ ଆଲାଏନ୍ସକୁ କଳ୍ପନା କରିପାରିବୁ ନାହିଁ । ଆଗକୁ କଛି ନା କିଛି ବାଟ ବାହାରି ଆସିବ ବୋଲି କହିଛନ୍ତି ଜୟରାମ ରମେଶ ।












Click it and Unblock the Notifications