ଆଦାନୀଙ୍କୁ ବଡ଼ ଝଟକା ଦେଲା ବାଂଲାଦେଶ! , ଏହି ଚିକ୍ତୁର ହେବ ସମୀକ୍ଷା

ଆଦାନୀ ଗ୍ରୁପ୍କୁ ଆଉ ଏକ ଝଟକା। ଫ୍ରାନ୍ସର ମଲ୍ଟି ନ୍ୟାସନାଲ କମ୍ପାନୀ 'ଟୋଟାଲ ଏନର୍ଜୀ' ଆଦାନୀ ଗ୍ରୁପ୍ ସହ କୌଣସି ପ୍ରକାର ଇନଭେଷ୍ଟମେଣ୍ଟ ନକରିବାର ନିଷ୍ପତ୍ତି ନେଇଛି। ଫ୍ରାନ୍ସର କମ୍ପାନୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍(ଏଜିଇଏଲ୍‌)ର କିଛି ଅଧିକାରୀଙ୍କ ଉପରେ ଲାଗିଥିବା ଭ୍ରଷ୍ଟାଚାର ଅଭିଯୋଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି। ଆଦାନୀ ଗୟୁପ୍‌ର ଅଧିକାରୀଙ୍କ ଉପରେ ଲାଗିଥିବା ଅଭିଯୋଗର ଖୁଲାସା ଆମେରିକା ଅଧିକାରୀଙ୍କ ଦ୍ବାରା ଏକ ସାର୍ବଜନୀନ ଅଭିଯୋଗ ମାଧ୍ୟମରେ କରାଯାଇଥିଲା। ତେବେ ଏହି ଅଭିଯୋଗ ଆଦାନୀ ଗ୍ରୁପ୍‌ର କୌଣସି କମ୍ପାନୀ କିମ୍ବା ଏହାର ସହାୟକ କମ୍ପାନୀ ବଦଳରେ ବ୍ୟକ୍ତିଗତ ଅଧିକାରୀଙ୍କ ଉପରେ ଲାଗିଛି।

ଆଦାନୀ ଗ୍ରୁପ୍‌ ସହ ବାଂଲାଦେଶ ସରକାର ପୂର୍ବରୁ କରିଥିବା ବିଦ୍ୟୁତ୍‌ ଚୁକ୍ତିର ସମୀକ୍ଷା କରାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସମୟରେ ୨୦୦୯ରୁ ୨୦୨୪ ମଧ୍ୟରେ ଆଦାନୀ ଗ୍ରୁପ୍‌ ସମେତ ୭ଟି ବୃହତ୍‌ ବିଦ୍ୟୁତ୍‌ କମ୍ପାନୀ ସହ ଡିଲ୍‌ ହୋଇଥିଲା। ସେଗୁଡ଼ିକର ସମୀକ୍ଷା ପାଇଁ ବାଂଲାଦେଶର ଅନ୍ତରୀଣ ସରକାର ଏକ କମିଟି ଗଠନ କରିଥିଲେ।

adani

ଉକ୍ତ କମ୍ପାନୀଗୁଡ଼ିକ ସହ ହୋଇଥିବା ବିଦ୍ୟୁତ୍‌ ଚୁକ୍ତିନାମାର ଯାଞ୍ଚ ନିମନ୍ତେ ତଦନ୍ତକାରୀ ସଂସ୍ଥାକୁ ନିୟୋଜିତ କରିବା ପାଇଁ କମିଟି ରବିବାର ସୁପାରିସ କରିଛି। ଡିଲ୍‌ କରିଥିବା ଅନ୍ୟ ୬ କମ୍ପାନୀ ମଧ୍ୟରେ ଚାଇନାର ଗୋଟିଏ ଏବଂ ବାଂଲାଦେଶର ୫ଟି କମ୍ପାନୀ ରହିଛି। ଚାଇନା କମ୍ପାନୀ ବାଂଲାଦେଶରେ ୧,୩୨୦ ମେଗାଓ୍ବାଟ୍‌ ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଚୁକ୍ତିନାମା କରିଥିଲା।

ସୂଚନାଯୋଗ୍ୟ, ଆଦାନୀ ଗ୍ରୁପ୍‌ ସୌରଶକ୍ତି କଣ୍ଟ୍ରାକ୍ଟ କରାଇଦେବା ପାଇଁ ଭାରତୀୟ ଅଧିକାରୀମାନଙ୍କୁ ୨୬୫ ନିୟୁତ ଡଲାର ଲାଞ୍ଚ ଦେଇଥିବା ଆମେରିକା ଅଭିଯୋଗ ଆଣିବା ପରେ ଏହାର ବିଭିନ୍ନ ଦେଶ ସହ ହୋଇଥିବା ବିଦ୍ୟୁତ୍‌ ଡିଲ୍‌ ପ୍ରଭାବିତ ହୋଇଛି। ପୂର୍ବରୁ କେନିଆ ଆଦାନୀ ଗ୍ରୁପ୍‌ ସହ ହୋଇଥିବା ବିମାନବନ୍ଦର ଓ ଶକ୍ତି ସମ୍ପର୍କିତ ଚୁକ୍ତିକୁ ବାତିଲ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+