Get Updates
Get notified of breaking news, exclusive insights, and must-see stories!

୩ଟି ନୂଆ ଏୟାରଲାଇନ୍ସକୁ କେନ୍ଦ୍ରର ଅନୁମତି

ଇଣ୍ଡିଗୋ ସଙ୍କଟ ପରେ ୩ଟି ନୂଆ ଏୟାରଲାଇନ୍ସକୁ କେନ୍ଦ୍ରର ଅନୁମତି। ଶଙ୍ଖ ଏୟାର, ଅଲ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ଅନୁମତି ଦେଇଛନ୍ତି ସରକାର। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟଠାରୁ ଏହି ୩ଟି ଏୟାରଲାଇନ୍ସ ନୋ ଅବଜେକସନ ସାର୍ଟିଫିକେଟ ପାଇଛନ୍ତି। ଇଣ୍ଡିଗୋ ସମେତ ମୃଷ୍ଟିମେୟ ବିମାନ ଚଳାଚଳ ସଂସ୍ଥା ଉପରେ ନିର୍ଭର କରିବା ବଦଳରେ ଅନ୍ୟ ସଂସ୍ଥାକୁ ଏହି କ୍ଷେତ୍ରକୁ ପ୍ରବେଶ କରିବା ଲାଗି ଅନୁମତି ଦେଇଛନ୍ତି ସରକାର।

airlines

ଦେଶର ବିମାନ ଚଳାଚଳ କ୍ଷେତ୍ରର ଆଖିଦୃଶିଆ ବୃଦ୍ଧି ଘଟୁଥିବାବେଳେ ମୁଷ୍ଟିମେୟ ବିମାନ ଚଳାଚଳ ସଂସ୍ଥା ଉପରେ ସରକାର ନିର୍ଭରଶୀଳ ଅଛନ୍ତି। କିଛି ଦିନ ତଳେ ଇଣ୍ଡିଗୋ ଏୟାରଲାଇନ୍ସରେ ବିଭିନ୍ନ ସଙ୍କଟ ଦେଖାଦେଇଥିବାରୁ ଲକ୍ଷ ଲକ୍ଷ ଯାତ୍ରୀ ସମସ୍ୟାର ମ୍ମୁଖୀନ ହୋଇଥିଲେ। ଏଥିଲାଗି କେନ୍ଦ୍ର ସରକାର ଅଡୁଆରେ ପଡିଥିଲେ। ଅଲ ହିନ୍ଦ ଏୟାର କେରଳର ଅଲହିନ୍ଦ ଗ୍ରୁପର ଥିବାବେଳେ ଫ୍ଲାଇ ଏକ୍ସପ୍ରେସ ହେଉଛି ଏକ ପ୍ରସ୍ତାବିତ ଏୟାରଲାଇନ।

ଆସନ୍ତା ବର୍ଷ ଶଙ୍ଖ ଏୟାର ବିମାନ ଉଡାଣ ଭରିବ। ବ୍ୟାବସାୟିକ ସେବା ଆରମ୍ଭ ପୂର୍ବରୁ ଏହି ୩ଟି ଯାକ ଏୟାରଲାଇନ୍ସ ସମସ୍ତ ନୀତି, ନିୟମ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଦେଶରେ ଇଣ୍ଡିଗୋ, ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଆଲାଏନ୍ସ ଏୟାର, ଆକାଶ ଏୟାର, ସ୍ପାଇସଜେଟ, ଷ୍ଟାର ଏୟାର, ଫ୍ଲାଏ-୯୧ ଓ ଇଣ୍ଡିଆ ୱାନ ଏୟାର କାର୍ଯ୍ୟକ୍ଷମ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+