ଏକଜିଟ୍ ପୋଲ ଆସିବା ପରେ ସ୍ୱର ବଦଳାଇଲେ ଅଧିର, କହିଲେ ......
ନୂଆଦିଲ୍ଲୀ : ଦେଶରେ ଗତାକାଲି ସପ୍ତମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଆସିଥିଲା ଏକଜିଟ ପୋଲ । ଏକଜିଟ ପୋଲ ଆସିବା ପରେ ଦେଶର ସବୁ ରାଜନୈତିକ ଦଳ ଗୁଡ଼ିକ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥିଲେ । ଏକଜିଟ ପୋଲ ପୂର୍ବାନୁମାନରେ ବିଜେପିର ବଡ଼ ବିଜୟ ପରେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀଙ୍କ ସ୍ୱର ବଦଳିଥିବା ଜଣାପଡିଛି । ପ୍ରତ୍ୟେକ ଥର କଂଗ୍ରେସ ଅଧିକ ଆସନ ଜିତିବ ବୋଲି ଦାବି କରୁଥିବା ଅଧିର ରଂଜନ କହିଛନ୍ତି ଯେ ନିର୍ବାଚନ ଫଳାଫଳରେ କିଛି ବି ହୋଇପାରେ ।
କଂଗ୍ରେସ ନେତା କହିଛନ୍ତି ଫଳାଫଳ କିଛି ବି ଆସିପାରେ, ମୁଁ ଜ୍ୟୋତିଷ ନୁହେଁ । ତେବେ ଅଧିର କହିଛନ୍ତି ଯେ ଲୋକମାନେ ମତ ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସରକାରଙ୍କ ଆଗରେ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ସେ ଆହୁରି କହିଛନ୍ତି ଯେ ମୋଦିଙ୍କୁ ହଟାଇବା ପାଇଁ ଜନସାଧାରଣ ମତ ଦେଇଛନ୍ତି ଏବଂ ଦେଶବାସୀ ଏଥର ମୋଦିଙ୍କୁ କ୍ଷମତାରୁ ହଟାଇବେ ।

ଏହା ସହିତ, କୌଣସି ଅନିୟମିତତା ନହେବାକୁ ଭୋଟ ଗଣିବା ସମୟରେ ପୂର୍ଣ୍ଣ ଯତ୍ନ ନେବାକୁ ତାଙ୍କ କର୍ମୀଙ୍କୁ ନିବେଦନ କରିଥିଲେ । ସେ କର୍ମୀଙ୍କୁ ଅପିଲ କରିଛନ୍ତି ଯେ ଆମକୁ ଧ୍ୟାନ ଦେବାକୁ ପଡ଼ିବ ଯେ କିଛି ଭୁଲ ନ ହେଉ ଏବଂ ଆମେ ଠକାମି ଦ୍ୱାରା ପରାଜିତ ନ ହେଉ ।












Click it and Unblock the Notifications