ପୁଣି ୭ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ପୋଲିସ୍ର ସର୍ଚ୍ଚ ଅପରେସନ ଜାରି
ଅହମ୍ମଦାବାଦ୍: ସୋମବାର ଦିନ ଅହମ୍ମଦାବାଦର ଛଅରୁ ସାତୋଟି ବିଦ୍ୟାଳୟକୁ ବୋମା ମାଡ଼ କରି ଉଡ଼ାଇଦେବାକୁ ଧମକ ମିଳିଛି । ଏହି ଧମକ ଇ-ମେଲ୍ ଜରିଆରେ ବିଭିନ୍ନ ସ୍କୁଲ୍କୁ ମିଳିଛି ବୋଲି ପୁଲିସ୍ ସୂଚନା ଦେଇଛି । ଦିଲ୍ଲୀର ସ୍କୁଲଗୁଡିକ ଉପରେ ବୋମା ମାଡ଼ କରିବାକୁ ଧମକାଇବା ପରେ ଗୁଜୁରାଟର ଅହମଦାବାଦରେ ଆତଙ୍କ ଖେଳିଯାଇଛି । ସୂଚନାନୁସାରେ, ଅହମ୍ମଦାବାଦର ବିଭିନ୍ନ ବିଦ୍ୟାଳୟ ଉପରେ ମା ପକାଇବାକୁ ଧମକ ଦିଆଯାଇଛି ।
ସହରର ବିଭିନ୍ନ ପ୍ରାନ୍ତରେ ଥିବା ବିଦ୍ୟାଳୟ ଗୁଡ଼ିକୁ ଧମକପୂର୍ଣ ମେଲ ଆସିଛି । ପୋଲିସ ଧମକପୂର୍ଣ ମେଲର ତଦନ୍ତ କରୁଛି ଓ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଋଷର ମେଲ ଆଇଡିରୁ ଏହି ଧମକ ଦିଆଯାଇଛି । ବୋମା ଘାଟଲୋଦିଆର ଆନନ୍ଦ ନିକେତନ ଏବଂ ଚାନ୍ଦଖେଡାର କେନ୍ଦ୍ରିୟ ବିଦ୍ୟାଲୟଙ୍କୁ ଧମକପୂର୍ଣ ଇମେଲ ଆସିଛି । ବୋମା ଧମକ ପରେ ପୋଲିସ ଏବଂ ବିଡିଏସର ଏକ ଟିମ୍ ଆସି ତଦନ୍ତ ଆରମ୍ଭ କରିଥିଲେ ।

ବମ୍ ସ୍ପାତ ଟିମ୍ ମଧ୍ଯ ତଦନ୍ତ କରୁଛନ୍ତି ଓ ସାଇବର କ୍ରାଇମ ଏବଂ କ୍ରାଇମ ବ୍ରାଞ୍ଚ ମଧ୍ଯ ଏହାର ଯାଞ୍ଚ ଆରମ୍ଭ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଅହମ୍ମଦାବାଦ ସ୍କୁଲରେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ତଥ୍ୟ ମିଳିନାହିଁ । ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ଭୟଭୀତ ହେବାର ନାହିଁ । ପୋଲିସ ଆଲର୍ଟ ମୋଡରେ କାମ କରୁଛି । କହିରଖୁ ଯେ, ମେ' ୧ ତାରିଖରେ ଦିଲ୍ଲୀରେ ପ୍ରଥମେ ତିନୋଟି ସ୍କୁଲକୁ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା । ପରେ ଦେଖୁ ଦେଖୁ କିଛି ଘଣ୍ଟା ମଧ୍ୟରେ ଏହି ଧମକପୂର୍ଣ୍ଣ ଇ-ମେଲ୍ ୨୦୦ ସ୍କୁଲକୁ ପଠାଯାଇଥିଲା । ଅଇପି ଆଡ୍ରେସ୍ରୁ ଏହି ଇ-ମେଲ୍କୁ ବିଦେଶରୁ ଆସିଥିବା ଜଣାପଡିଥିଲା ।












Click it and Unblock the Notifications