ଦିଲ୍ଲୀ ପରେ ଏବେ ମୁମ୍ବାଇର ଏକ ସ୍କୁଲକୁ ବୋମା ଧମକ
Bomb Threat: ମୁମ୍ବାଇର କାନ୍ଦିଭାଲି ଅଞ୍ଚଳର ଏକ ସ୍କୁଲକୁ ବୋମା ଧକମ ମିଳିଛି । ବିଦ୍ୟାଳୟକୁ ବୋମାରେ ଉଡାଇବା ପାଇଁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା । ଇରାନିୱାଡ଼ିରେ ଅବସ୍ଥିତ ଇଣ୍ଟରନ୍ୟାସନାଲ ସ୍କୁଲରେ ବୋମା ରଖାଯାଇଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ ବମ୍ ସ୍କ୍ୱାର୍ଡ ଏବଂ ପୋଲିସ ଦଳ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଏପରି ଧମକ ମିଳିବା ପରେ ତୁରନ୍ତ ସ୍କୁଲକୁ ଖାଲି କରାଯାଇଥିଲା । ଦୁଇ ଦିନ ପୂର୍ବରୁ ମଧ୍ୟ, ଯୋଗେଶ୍ୱରୀର ଏକ ସ୍କୁଲରେ ବୋମା ରଖାଯାଇଥିବା ସୂଚନା ଦେଇ ଏକ ଇମେଲ୍ ଆସିଥିଲା ହେଲେ ପରେ ଏହା ଏକ ଫେକ୍ ଇ-ମେଲ୍ ବୋଲି ଜଣା ପଡିଥିଲା ।













Click it and Unblock the Notifications