ଦିଲ୍ଲୀ ପରେ ମୁମ୍ବାଇରେ ଭୟଙ୍କର ବାୟୁ ପ୍ରଦୂଷଣ
ଦିଲ୍ଳୀ ଓ ମୁମ୍ବାଇ ଭଳି ଦେଶର ପ୍ରମୁଖ ସହରରେ ବାୟୁ ପ୍ରଦୂଷଣ ସ୍ତର ବିପଦଜନକ ରୂପ ନେଇଛି। ସ୍ଥିତି ଏତେ ଭୟଙ୍କର ହୋଇଛି ଯେ, ନିଶ୍ବାସ ନେବା ମଧ୍ୟ କଷ୍ଟକର ହୋଇଯାଇଛି। ବୟସ୍କ ଓ ଶିଶୁଙ୍କ ପାଇଁ ଏହା ସବୁଠାରୁ ଅଧିକ ବିପଦ ପାଲଟିଛି। ଦିଲ୍ଳୀ ପରେ ଏବେ ମୁମ୍ବାଇର ବହୁ ଗ୍ରାପ୍-୪ କଟକଣା ଲାଗୁ କରାଯାଇଛି। ଦିଲ୍ଲୀ ଭଳି ମୁମ୍ବାଇରେ ମଧ୍ୟ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ବା ଗ୍ରାପ୍-୪ କଟକଣା ଲାଗୁ ହୋଇଛି। ମଝଗାଓଁ, ଦେଭନାର, ମଲାଡ, ବୋରିଭଲି ଇଷ୍ଟ, ଚକଲା-ଅନ୍ଧେରୀ ଇଷ୍ଟ, ନେଭି ନଗର, ପଭଇ ଓ ମୁଲୃଣ୍ଡ ସହିତ ଆଖପାଖର ଅଞ୍ଚଳରେ ସର୍ବାଧିକ ବାୟୁ ପ୍ରଦୂଷଣ ସ୍ତର ରହିଛି। ଲୋକଙ୍କୁ ନିଶ୍ବାସ ନେବାରେ କଷ୍ଟ ହେଉଥିବା ବେଳେ ଆଖି ଜଳାପୋଡା ଏବଂ ଗଳା ଖରାପ ହେବା ଭଳି ସମସ୍ୟା ଦେଖିବାକୁ ମିଳୁଛି। ସେପେଟ ଦିଲ୍ଲୀରେ ମଧ୍ୟ ଏକ୍ୟୁଆଇ ୪୦୦ ପାର କରିଛି।

ବିଏମସି ଏହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଓ ଧୂଳି ଉଡାଉଥିବା ଗତିବିଧି ଉପରେ କଟକଣା ଲଗାଇ ଦେଇଛି। ୫୦ ରୁ ଅଧିକ ନିର୍ମାଣ ସ୍ଥଳର କାମ ରୋକିବାର ନୋଟିସ୍ ଜାରି କରାଯାଇଛି। ବେକରୀ, ମାର୍ବଲ କଟିଂ ୟୁନିଟ୍ ସହିତ ଛୋଟ ଉଦ୍ୟୋଗ ସ୍ଥଳକୁ ସଫାସୁତରା ରଖିବାକୁ କୁହାଯାଇଛି। ଏହା ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଦୂଷଣ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ଫ୍ଲାଇଂ ସ୍କ୍ବାର୍ଡ ମୁତୟନ କରାଯାଇଛି। ଇଞ୍ଜିନିୟର, ପୋଲିସକର୍ମୀ ଓ ଜିପିଏସ୍ ଟ୍ରାକ୍ କରୁଥିବା ବାହନ ଜରିଆରେ ସବୁ ଗତିବିଧି ଉପରେ ବିଏମସି କଡା ନଜର ରଖିଛି।












Click it and Unblock the Notifications