ଦିଲ୍ଲୀ ପରେ ବମ୍ବେ ହାଇକୋର୍ଟକୁ ବି ବୋମା ଧମକ, ଯାଞ୍ଚ କରୁଛି ପୋଲିସ

ଦିଲ୍ଲୀ ହାଇକୋର୍ଟ ପରେ ବମ୍ବେ ହାଇକୋର୍ଟକୁ ବୋମା ଧମକ ମିଳିଛି । ଯାହା ଉଭୟ ହାଇକୋର୍ଟରେ ହଇଚଇ ସୃଷ୍ଟି କରିଛି । ଧମକପୂର୍ଣ୍ଣ ମେଲ୍ ପାଇବା ପରେ ପୋଲିସକୁ ହାଇକୋର୍ଟ ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ ପରିସରକୁ ଖାଲି କରାଯାଇ ସର୍ଚ୍ଚ ଅପରେସନ କରାଯାଉଛି । କିନ୍ତୁ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ଏଯାଏଁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ ।

Bombay High Court

ଦିଲ୍ଲୀ ହାଇକୋର୍ଟକୁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଥିଲା ଯେଉଁଥିରେ କୁହାଯାଇଥିଲା ଯେ, କୋର୍ଟ ପରିସରରେ ତିନୋଟି ବୋମା ରଖାଯାଇଛି, ଯାହା ପରେ ଶୀଘ୍ର ପରିସର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଚାରପତିଙ୍କ ସହିତ ଓକିଲମାନଙ୍କୁ ମଧ୍ୟ ଖାଲି କରାଯାଇଥିଲା । ପୋଲିସ ସୁରକ୍ଷା ପ୍ରୋଟୋକଲ୍ କାର୍ଯ୍ୟକାରୀ କରି ସମସ୍ତ ବିଚାରପତିଙ୍କୁ ସେମାନଙ୍କ ଚାମ୍ବରରୁ ବାହାର କରିଦେଇଥିଲା ଏବଂ ସେଠାରେ ଉପସ୍ଥିତ କର୍ମଚାରୀ ଏବଂ ଅନ୍ୟ ଲୋକମାନଙ୍କୁ ମଧ୍ୟ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଏହାର କିଛି ସମୟ ପରେ ବମ୍ବେ ହାଇକୋର୍ଟକୁ ମଧ୍ୟ ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି । ଏହା ପରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ମୁମ୍ବାଇ ପୋଲିସ ୟୁନିଟ୍ ପରିସରରେ ମୁତୟନ କରାଯାଇଛି । କୋର୍ଟ ପରିସରରେ ଏକ ସର୍ଚ୍ଚ ଅପରେସନ୍ ଚାଲିଛି ଏବଂ ପୋଲିସ ଆଖପାଖ ଅଞ୍ଚଳଗୁଡ଼ିକୁ ମଧ୍ୟ ସିଲ୍ କରିଦେଇଛି ।

ତେବେ ଦିଲ୍ଲୀ ହାଇକୋର୍ଟ ଭଳି ବମ୍ବେ ହାଇକୋର୍ଟକୁ ବୋମା ଦମକ ମିଥ୍ୟା ଗୁଜବ ବୋଲି ପୋଲିସ କହିଛି । ତଥାପି ବୋମା ଧମକକୁ ନେଇ ପୋଲିସ ଅଧିକ ଯାଞ୍ଚ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+