Chandrayaan 3: ଚନ୍ଦ୍ରରେ ଭାରତ, ଚମକିଲା ସେୟାର ବଜାର
Chandrayaan-3: ଚନ୍ଦ୍ରଯାନ-୩ର ସଫଳା ପରେ ସାରା ଦେଶରେ ଖୁସିର ମାହୋଲ । ଚନ୍ଦ୍ରଯାନ-3ର ସଫଳତାର ପ୍ରଭାବ ସେୟାର ମାର୍କେଟରେ ମଧ୍ୟ ଦେଖିବା ପାଇଁ ମିଳିଛି । ସେୟାର ବଜାରରେ ନିବେଶକମାନଙ୍କର ଅହେତୁକ ଉତ୍ସାହ ଦେଖିବା ପାଇଁ ମିଳୁଛି । ଆଜି ସେୟାର ବଜାର ସୂଚକାଙ୍କରେ ଭଲ ବୃଦ୍ଧି ଦେଖିବା ପାଇଁ ମିଳିଛି ।
ଆଜି ସେନସେକ୍ସ ଏବଂ ନିଫ୍ଟି ଉଭୟ ବୃଦ୍ଧି ପାଇଛି । ଆଜି ସବୁଜ ମାର୍କ ସହିତ ଉଭୟ ଇଣ୍ଡେକ୍ସ ଖୋଲିଛି । ବିଶେଷ କଥା ହେଉଛି ବଜାର ଖୋଲିବା ମାତ୍ରେ 300 ଟଙ୍କା ବୃଦ୍ଧି ପାଇବା ସହ 65700 ଅତିକ୍ରମ କରିଛି ସେହିପରି ନିଫ୍ଟି 100 ପଏଣ୍ଟ ହାସଲ କରି 19500 ଅତିକ୍ରମ କରିଛି ।
ଇତିହାସରେ ପ୍ରଥମ ଥର ପାଇଁ ଭାରତ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଛି । ବୁଧବାର ଦିନ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ତିଂ କରିଛି ଏବଂ ଆଜି ସକାଳେ ରୋଭର ଚନ୍ଦ୍ର ପୃଷ୍ଠରେ ବୁଲିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରଥମ ଦେଶ ଭାବେ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ପାାଦ ରଖିଛି ଭାରତ । ସାଉଥ୍ ପୋଲରେ ଚନ୍ଦ୍ରଯାନ-3ର ସଫଳ ଲ୍ୟାଣ୍ତିଂ ପରେ ଏବେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା । ସଫ୍ଟ ଲ୍ୟାଣ୍ତିଂ ନେଇ ଘୋଷଣା କରିଥିଲା ଇସ୍ରୋ ଏବଂ ସାରା ବିଶ୍ୱ ଦେଖିଥିଲା ଏହି ଖାସ ମୂହୁର୍ତ୍ତ ।
ଚନ୍ଦ୍ରଯାନ-3 ମିଶନରେ ଦେଶର ଅନେକ ବଡ଼ ବଡ଼ କମ୍ପାନୀ ସହଯୋଗ କରିଛନ୍ତି। ଏଥିରେ ଟାଟା ଠାରୁ ଗଡ୍ରେଜ୍ ପର୍ଯ୍ୟନ୍ତ ଶୀର୍ଷ କମ୍ପାନୀଗୁଡିକ ଅନ୍ତର୍ଭୁକ୍ତ ଅଛି । ଆଜି ଏହି ସେୟାରଗୁଡ଼ିକର ମୂଲ୍ୟରେ ବଢିଛି । | ଏହି ମିଶନରେ ସହଯୋଗ କରିଥିବା ପ୍ରାୟ ସମସ୍ତ କମ୍ପାନୀର ସେୟାର ବୃଦ୍ଧି ପାଇଛି ଏବଂ ବଡ଼ ପରିବର୍ତ୍ତନ ଦେଖିବା ପାଇଁ ମିଳିଛି ।

ବଜାରରେ ପ୍ରାରମ୍ଭିକ ବାଣିଜ୍ୟ ବିଷୟରେ କହିବାକୁ ଗଲେ, ଷ୍ଟକ୍ ମାର୍କେଟରେ ଅଭିବୃଦ୍ଧି ପର୍ଯ୍ୟାୟ ଜାରି ରହିଛି । ସବୁଦ ମାର୍କ ସହ ମାର୍କେଟର ଓପନିଂ ହୋଇଥିଲା । 1575 ଷ୍ଟକ୍ ବୃଦ୍ଧି ପାଇଥିବା ବେଳେ 354 ଷ୍ଟକ୍ ହ୍ରାସ ପାଇଥିଲା । ଏଥି ସହିତ, 96ଟି ଷ୍ଟକରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ । NTPC, Eicher Motors, Ciplaର ସେୟାର ହ୍ରାସ ପାଇଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications