ଜାଣନ୍ତୁ କାହିଁକି ୩୦ ବର୍ଷ ପରେ ପୁଣି ଶିଶୁଙ୍କୁ ଶିକାର କରୁଛନ୍ତି ମଣିଷଖିଆ ଗଧିଆ

Bhediya News: ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ବର୍ତ୍ତମାନ ଗଧିଆ ଆତଙ୍କ । ପ୍ରାୟ ୯ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମଣିଷଖିଆ ଗଧିଆ । ଏହି ଗଧିଆକୁ ଖୋଜିବା ପାଇଁ ୟୁପି ସରକାର 'ଅପରେସନ୍ ଗଧିଆ' ଆରମ୍ଭ କରିଛି। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଏହା ପ୍ରଥମ ଥର ନୁହେଁ ଯେ ଏହି ଗଧିଆ ଜଙ୍ଗଲ ଛାଡି ମାନବ ବସତି ଭିତରକୁ ପ୍ରବେଶ କରିବା ସହ ଜୀବନ ଏବଂ ସମ୍ପତ୍ତି ନଷ୍ଟ କରୁଛନ୍ତି।

1997 ମସିହାରେ ମଧ୍ୟ ଉତ୍ତରପ୍ରଦେଶରେ ଏପରି ଘଟଣା ଦେଖିବା ପାଇଁ ମିଳିଥିଲା । ଉକ୍ତ ସମୟରେ ଗଧିଆମାନେ ବସ୍ତି ମଧ୍ୟକୁ ପ୍ରବେଶ କରି ଲୋକଙ୍କ ଉପରେ ଆକ୍ରମଣ କରୁଥିଲେ । ଛୋଟ ଛୁଆ ଏବଂ ଜୀବଜନ୍ତୁଙ୍କ ଉପରେ ଅଧିକ ଆକ୍ରମଣ କରୁଥିଲେ । ଏମାନେ ନିଜଠୁ ସାନ ଜନ୍ତୁଙ୍କ ଶିକାର କରିବା ପାଇଁ ପସନ୍ଦ କରନ୍ତି । ରାତିରେ ଶିଶୁଙ୍କ ଉପରେ ଆକ୍ରମଣ କରୁଥିଲେ । ସେବେଠାରୁ ଚଳିତ ବର୍ଷ ଅଗଷ୍ଟ ପର୍ଯ୍ୟନ୍ତ ସେପରି କୌଣସି ଘଟଣା ଘଟି ନଥିଲା । ପ୍ରାୟ 30 ବର୍ଷ ପରେ, ୟୁପିର ବହରାଇଚ୍ ଜିଲ୍ଲାର ପୁଣି ମଣିଷଖିଆ ଗଧିଆର ଆତଙ୍କ ଦେଖିବା ପାଇଁ ମିଳୁଛି । ଗତ କିଛି ସପ୍ତାହ ମଧ୍ୟରେ 9 ଜଣ ଶିଶୁଙ୍କୁ ନିଜ ଶିକାର କରିସାରିଲେଣି ଏହି ଗଧିଆ ।

ଏହି ଖବର ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସମସ୍ତଙ୍କ ମନରେ କେବଳ ଗୋଟିଏ ହିଁ ପ୍ରଶ୍ନ ଏହି ଗଧିଆ ଦଳ କାହିଁକି ଜଙ୍ଗଲ ଛାଡି ଛୋଟ ପିଲାଙ୍କୁ ନିଜ ଟାର୍ଗେଟ୍ କରୁଛନ୍ତି । ଏହି ଘଟଣାକୁ ନେଇ ବରିଷ୍ଠ ବନ୍ୟପ୍ରାଣୀ ବୈଜ୍ଞାନିକ ତଥା ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପୂର୍ବତନ ଡିନ ଡେହରାଡୁନ୍ ଡାକ୍ଟର YV ଝାଲା କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି ।

Uttar Pradesh Bhediya News

ସେ କହିଛନ୍ତି "ଏପରି ଘଟଣା କେବେ କେବେ ଘଟିଥାଏ । ସାଧାରଣତଃ ଗଧିଆ ମନୁଷ୍ୟ ଉପରେ ଆକ୍ରମଣ କରେ ନାହିଁ । ପୂର୍ବରୁ ଏପରି ଦୁଇଟି ଘଟଣା ରେକର୍ଡ କରାଯାଇଛି । ଗୋଟିଏ 1980ରେ ଏବଂ ଅନ୍ୟଟି 1997 ମସିହାରେ। ଉଭୟ ଘଟଣା ଉତ୍ତରପ୍ରଦେଶ-ବିହାର ଗ୍ରାମାଞ୍ଚଳରେ ହୋଇଥିଲା ଯେଉଁଠାରେ ଲୋକମାନେ ତଥାପି ଅତ୍ୟଧିକ ଦାରିଦ୍ରରେ ଜୀବନ ବିତାଉଥିଲେ ଏବଂ ସେମାନଙ୍କ ଘରେ କବାଟ ମଧ୍ୟ ନଥିଲା" ଭାରତୀୟ ଗଧିଆ ଅଧିକ ମେଣ୍ଢା, ଛେଳି, ହରିଣ, ସରୀସୃପର ଶିକାର କରନ୍ତି। ହେଲେ ଧିରେ ଜଙ୍ଗଲ ନଷ୍ଟ ହେବା ସହ ମାନସ ବସ୍ତି ବଢିବାରେ ଲାଗିଛି । ଯେଉଁଥି ପାଇଁ ଏହି ଗଧିଆଙ୍କୁ ଖାଦ୍ୟ ମିଳିପାରୁ ନାହିଁ । ତେବେ ଖାଦ୍ୟ ନ ପାଇବାରୁ ସେମାନେ ଗାଁରେ ପ୍ରବେଶ କରୁଛନ୍ତି ଏବଂ ଶିଶୁଙ୍କର ଶିକାର କରୁଛନ୍ତି କାରଣ ଛୋଟ ପିଲା ଏମାନଙ୍କର ସହଜ ଶିକାର ।

ବେଙ୍ଗାଲୁରୁର ATREE ର ବରିଷ୍ଠ ପରିବେଶବିତ୍ ଏହି ଘଟଣା ଏକ ଗୁରୁତୌପୂର୍ଣ୍ଣ ବିଷୟ ବୋଲି କହିଛନ୍ତି, ସେ କହିଛନ୍ତି, "ଆମକୁ ଏହି ପ୍ରଜାତିର ଗଧିଆକୁ ସମ୍ପୁର୍ଣ୍ଣ ରୂପରେ ମାରିବା ପାଇଁ ମଧ୍ୟ ପଡିପାରେ ।

ଭାରତରେ ଗଧିଆ ସଂଖ୍ୟା ପ୍ରାୟ 2,000 । ସେହିପରି ଗଧିଆ ଖୁବ୍ ଚତୁର ପଶୁ ହୋଇଥିବାରୁ ଏମାନଙ୍କୁ ଧରିବା ସହଜ ହେଉ ନାହିଁ । ଏମାନଙ୍କ ଉଚ୍ଚତା ବହୁତ କମ ହୋଇଥିବାରୁ ଚାଷଜମିରେ ଲୁଚି ଲୁଚି ଏମାନେ ଚଳପ୍ରଚଳ କରିଥାନ୍ତି ଏବଂ ଏମାନଙ୍କୁ ଦେଖିବା କଷ୍ଟକର ହୋଇଥାଏ ଏମାନଙ୍କୁ ଧରିବା ଚ୍ୟାଲେଞ୍ଜପୂର୍ଣ୍ଣ ରହିଥାଏ । ଗଧିଆଙ୍କ ଗୋଷ୍ଠୀରେ ଏକ ଶକ୍ତିଶାଳୀ ଗଧିଆ ସାମିଲ ଥାଏ ଯେପର୍ଯ୍ୟନ୍ତ ସେହି ଗଧିଆ ଧରା ନପଡିଛି ସେ ପର୍ଯ୍ୟନ୍ତ ପୁରା ଗୋଷ୍ଠୀକୁ ଧରିବା କଷ୍ଟକର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+