୨୧ ବର୍ଷ ପରେ ଏହି ସ୍ଥାନରେ ପୂଜା ପାଇବେ ପ୍ରଭୁ ଶ୍ରୀରାମ
ଛତିଶଗଡ଼: ୨୧ ବର୍ଷ ପରେ ଛତିଶଗଡ଼ ସୁକମାରେ ପୂଜା ପାଇବେ ପ୍ରଭୁ ଶ୍ରୀରାମ । ମାଉବାଦୀଙ୍କ ହିଂସା ଭୟରେ ପ୍ରାୟ ୨୦ ବର୍ଷ ହେବ ବନ୍ଦ ଥିଲା ମନ୍ଦିର । ହେଲେ ଏବେ ମନ୍ଦିର ଦ୍ୱାର ଖୋଲା ଯିବା ସହ ପୂଜାର୍ଚ୍ଚନ କରାଯିବ । ସିଆରଏଫ୍ ଯବାନ ପରିଚାଳନାର ସମସ୍ତ ଦାୟିତ୍ୱ ସ୍ଥାନୀୟ ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

ସୂଚନା ଅନୁସାରେ, ଛତିଶଗଡ଼ ସୁକମାରେ ଗତ ୨୧ ବର୍ଷ ହେବ ଶ୍ରୀ ରାମ ମନ୍ଦିରର ଦ୍ୱାର ବନ୍ଦ ରହିଥିଲା । ମାଓବାଦୀଙ୍କ ଭୟରେ ଗାଁ ଲୋକ ମନ୍ଦିର ଯାଇ ପୂଜର୍ଚ୍ଚନା କରିବା ପାଇଁ ପଛାଉଥିଲେ ହେଲେ ଶେଷରେ ବିଶ୍ୱାସର ହେଲା ଜୟ । କମ୍ବିଂ ଅପେରସନ ପରେ ମନ୍ଦିରର ଦ୍ୱାର ଖୋଲି ପୂଜାର୍ଚ୍ଚନା ପାଇଁ ଗ୍ରାମବାସୀଙ୍କୁ ଅନୁମତି ଦେଇଥିଲେ CRPF ଯବାନ । ଏହି ମନ୍ଦିରରେ ଶ୍ରୀ ରାମ, ମା ସୀତା ଏବଂ ଲକ୍ଷ୍ମଣଙ୍କର ପୂଜାର୍ଚ୍ଚନା କରାଯାଏ। ଏଣିକି ଗାଁ ଲୋକେ ମନ୍ଦିରରେ ଦୟିତ୍ୱ ତୁଳାଇବା ନେଇ ସୂଚନା ରହିଛି ।
ସୂଚନାଥାଉ ଯେ, ୨୦୧୦ ମସିହାରେ ଉକ୍ତ ଅଞ୍ଚଳରେ ମାଓବାଦୀ ଆମ୍ବୁସରେ ଫସି ୭୬ ଯବାନ ସହିଦ ହୋଇଥିଲେ, ସେହିପରି ୨୦୧୧ରେ ମଧ୍ୟ ସମାନ ଅଞ୍ଚଳରେ ମାଓ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଥିଲେ ଯାହା ପରେ ପୁରା ଅଞ୍ଚଳରେ ଭୟର ବାତା ବରଣ ସୃଷ୍ଟି ହୋଇଥିଲା ।












Click it and Unblock the Notifications